ମୁମ୍ବାଇ : ଶିକ୍ଷା ଓ ବୈଷୟିକ ଭିତ୍ତିକ ଭାରତୀୟ କମ୍ପାନି ବାଇଜୁସ୍ ଆସନ୍ତା ୩ ବର୍ଷ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଗ୍ଲୋବାଲ୍ ପାର୍ଟନର୍ ରହିବ। ୨୦୨୩ ମସିହା ପର୍ଯ୍ୟନ୍ତ ବାଇଜୁସ୍ ଅଇସିସିର ସମସ୍ତ ପ୍ରତିଯୋଗିତାର ପ୍ରାୟୋଜକ, ପ୍ରସାରଣ ଏବଂ ଡିଜିଟାଲ୍ ରାଇଟ୍ସ ମଧ୍ୟ ଅର୍ଜନ କରିଛି। ୨୦୧୯ ମସିହାରେ ଏହି କମ୍ପାନି ଭାରତୀୟ କ୍ରିକେଟ୍ ଦଳର ଜର୍ସି ପାର୍ଟନର୍ ହୋଇଥିଲା। ଏହି ୩ ବର୍ଷର ଚୁକ୍ତି ଅବଧି ମଧ୍ୟରେ ମଧ୍ୟ ଭାରତରେ ୨ ଥର ବିଶ୍ବକପ୍ ଅନୁଷ୍ଠିତ ହେବ। ଚଳିତ ବର୍ଷ ଅକ୍ଟୋବର ନଭେମ୍ବରରେ ଟି-୨୦ ଏବଂ ୨୦୨୩ରେ ଦିନିକିଆ ବିଶ୍ବକପ୍ ଭାରତରେ ଖେଳାଯିବାକୁ ଧାର୍ଯ୍ୟ ହୋଇଛି। ‘‘ଭାରତରେ ବାଇଜୁସ୍ କ୍ରିକେଟ୍ର ଏକ ପ୍ରଚଣ୍ଡ ସମର୍ଥକ। କୋଟି କୋଟି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ପାଲଟିଥିବା ଏହି କମ୍ପାନିର ସହଯୋଗୀ ହୋଇଥିବାରୁ ଆମେ ଖୁସି’’ ବୋଲି କହିଛନ୍ତି ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସାୱନି। କମ୍ପାନିର ପ୍ରତିଷ୍ଠାତା ତଥା ସିଇଓ ବାଇଜୁ ରବୀନ୍ଦ୍ରନ କହିଛନ୍ତି, ‘କ୍ରିକେଟ୍ ଭାରତୀୟଙ୍କ ଜୀବନର ବଡ଼ ଅଂଶବିଶେଷ ହୋଇଥିବାରୁ ଏହା ଆମ ହୃଦୟରେ ସ୍ବତନ୍ତ୍ର ସ୍ଥାନ ନେଇଛି’।
ବାଇଜୁସ୍ ଆଇସିସିର ଗ୍ଲୋବାଲ୍ ପାର୍ଟନର୍
/sambad/media/post_attachments/wp-content/uploads/2021/02/icc-byjus.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)