କଟକ, ୧୩|୧୧ (ଇମିସ): ରାଜକୋଟରେ ଖେଳାଯିବାକୁଥିବା ସିକେ ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଦଳ ଶନିବାର ଯାତ୍ରା କରିଛି। ସନ୍ଦୀପ ପଟ୍ଟନାୟକଙ୍କ ନେତୃତ୍ବରେ ଯାଉଥିବା ୨୨ ଜଣିଆ ଦଳ ଆସନ୍ତା ୨୦ ତାରିଖରେ ବିଦର୍ଭ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଏଥିପୂର୍ବରୁ ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ଖେଳାଳିମାନେ ସଙ୍ଗରୋଧରେ ରହିବେ। ୧୮ ଓ ୧୯ ତାରିଖରେ ଅଭ୍ୟାସ ମ୍ୟାଚ୍‌ ଖେଳାଯିବ। ବିଦର୍ଭ ପରେ ଏଲିଟ୍‌ ଗ୍ରୁପ୍‌ ଏ’ରେ ଓଡ଼ିଶା ବିପକ୍ଷରେ ହାଇଦ୍ରାବାଦ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ମ୍ୟାଚ୍‌ ଖେଳିବେ।

Advertisment

ଦଳ ସହିତ ପ୍ରବନ୍ଧକ ଭାବେ ପ୍ରଭଞ୍ଜନ ମଲ୍ଲିକ, ବ୍ୟାଟି˚ ପ୍ରଶିକ୍ଷକ ନଟରାଜ ବେହେରା, ବୋଲି˚ ପ୍ରଶିକ୍ଷକ ରାକେଶ ମହାନ୍ତି, ଟ୍ରେନର ଜଗତ ର˚ଜନ ଦାସ, ଫିଜିଓ ଶୁଭକାନ୍ତ ସାହୁ, ବୈଷୟିକ ଅଧିକାରୀ ସୌମ୍ୟର˚ଜନ ଗୋଚ୍ଛାୟତ, ଦଳର ଡାକ୍ତର ଡାକ୍ତର ଶୁଭ୍ରା˚ଶୁ ମୋହନ ସାହୁ ରାଜକୋଟ ଯାଇଛନ୍ତି। ଓଡ଼ିଶା ଦଳର ସମସ୍ତ ସଦସ୍ୟଙ୍କୁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସ˚ଜୟ ବେହେରାଙ୍କ ସହ ସମସ୍ତ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି।