ବାରବାଟୀ ପ୍ରସ୍ତୁତିରେ ସହାୟତା କରିବ ସିଏବି

କଟକ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁଥିବା ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ପିଚ୍‌ ଓ ପଡ଼ିଆ ବହୁ ପୂର୍ବରୁ ପ୍ରସ୍ତୁତ ରହିଛି। ତଥାପି ଏଦିଗରେ ବୈଷୟିକ ସହାୟତା ଯୋଗାଇ ଦେବାକୁ ବେଙ୍ଗଲ କ୍ରିକେଟ ସ˚ଘ (ସିଏବି) ଆଗେଇ ଆସିଛି। ସିଏବି ତା’ର ମୁଖ୍ୟ କ୍ୟୁରେଟର ସୁଜନ ମୁଖାର୍ଜୀଙ୍କୁ ବାରବାଟୀ ପଡ଼ିଆ ପ୍ରସ୍ତୁତି ଅନୁଧ୍ୟାନ କରିବାକୁ ପଠାଉଛି।

ବାରବାଟୀ ପଡ଼ିଆର ନୂଆ କଭର କିଣାଯାଇଥିବାରୁ ଏହାକୁ ପରିଚାଳନା କରିବା ପାଇଁ ସିଏବି ସହିତ ଓସିଏ ସମ୍ପାଦକ ସ˚ଜୟ ବେହେରା ଆଲୋଚନା କରିଥିଲେ। ତେଣୁ ସୁଜନ ମୁଖାର୍ଜୀଙ୍କ ନେତୃତ୍ବରେ ଏକ ୩୨ ଜଣିଆ ଟିମ୍‌ ଓସିଏ ଆସିବ। ସେମାନେ ଏଠାରେ ତିନିଦିନ ପର୍ଯ୍ୟନ୍ତ ରହିବେ। ସେମାନଙ୍କର ରହିବା ବ୍ୟବସ୍ଥା ଓସିଏ ପକ୍ଷରୁ କରାଯାଉଛି। ମୌସୁମୀ ଆସୁଥିବାରୁ ଯେକୌଣସି ମୁହୂର୍ତ୍ତରେ ପଡ଼ିଆକୁ ଘୋଡ଼ାଇବାକୁ ପଡ଼ିପାରେ। ତେଣୁ ନୂଆ କଭରରେ ସ˚ପୂର୍ଣ୍ଣ ପଡ଼ିଆକୁ ଘୋଡ଼ାଇ ଦିଆଯିବାରେ ଏହି ଟିମ୍‌ ଓସିଏ ପଡ଼ିଆ କର୍ମଚାରୀଙ୍କୁ ସହାୟତା କରିବ। ଏଥିସହିତ କଭର ପକାଯିବା ସ˚କ୍ରାନ୍ତରେ ଓସିଏ ପଡ଼ିଆ କର୍ମଚାରୀଙ୍କୁ ଏହି ଟିମ୍‌ ପ୍ରଶିକ୍ଷଣ ଦେବ ବୋଲି ସିଏବି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର