କେର୍ନସଙ୍କୁ ଅନ୍ତନଳୀ କର୍କଟ

Cairns has bowel cancer

ସିଡ୍‌ନି: ପୂର୍ବତନ ନ୍ୟୁଜିଲାଣ୍ଡ୍‌ ଅଲ୍‌ରାଉଣ୍ଡର କ୍ରିସ୍‌ କେର୍ନସ ଅନ୍ତନଳୀ କର୍କଟ ରୋଗରେ ପୀଡ଼ିତ ହୋଇଛନ୍ତି। ଏହି ୫୧ ବର୍ଷ ବୟସ୍କ କ୍ରିକେଟର୍‌ ହୃଦ୍‌ଘାତ ଏବଂ ପାରାପ୍ଲେଗିଆରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଥିଲା ବେଳେ ନିକଟରେ ହସ୍ପିଟାଲରୁ ମୁକୁଳିଥିଲେ। ତେବେ ତାଙ୍କର ଅନ୍ତନଳୀ କର୍କଟ ନିରୁପଣ ହୋଇଥିବା ଇନ୍‌ଷ୍ଟାଗ୍ରାମରେ ନିଜେ କେର୍ନସ ପୋଷ୍ଟ କରିଛନ୍ତି। ମୋତେ ଅନ୍ତନଳୀ କର୍କଟ ହୋଇଥିବା ଗତକାଲି ଜାଣିବାକୁ ପାଇଲି। ଏହା ବଡ଼ ଧକ୍କା। ଏଭଳି ମୁଁ ଆଶା କରିନଥିଲି। ତଥାପି ଏବେଠୁ ନିୟମିତ ଚେକ୍‌ଅପ୍‌ରେ ରହିବାକୁ ପଡ଼ିବ ବୋଲି କେର୍ନସ କହିଛନ୍ତି। ଏନେଇ ସର୍ଜନ ଏବଂ ବିଶେଷଜ୍ଞଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପାଇଁ ପ୍ରସ୍ତୁତ ହେଉଛି। ଏତେ ଘାତକ ରୋଗ ସତ୍ତ୍ବେ ଭଗବାନଙ୍କ ଆଶୀର୍ବାଦରୁ ବଞ୍ଚି ରହିଛି ବୋଲି ସେ କହିଛନ୍ତି।

କେର୍ନସ ନ୍ୟୁଜିଲାଣ୍ଡ୍‌ ପାଇଁ ୧୯୮୯ରୁ ୨୦୦୬ ମଧ୍ୟରେ ୬୨ ଟେଷ୍ଟ୍‌ ଏବଂ ୨୧୫ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ଗତବର୍ଷ ହୃଦ୍‌ଘାତ ଯୋଗୁଁ ସିଡ୍‌ନିର ଏକ ହସ୍ପିଟାଲରେ ଭେଣ୍ଟିଲେଟର ସହାୟତାରେ ରହିଥିଲି। ଏହାପରେ ଆଉ ଏକ ହୃଦ୍‌ଘାତ ମୋର ଅଙ୍ଗ ଅଚଳ କରିଦେଇଥିଲା। ପ୍ରାୟ ୧୪୧ ଦିନ ହସ୍ପିଟାଲରେ ବିତାଇବା ପରେ ଜାନୁଆରି ୨୮ ତାରିଖରେ ସୁସ୍ଥ ହୋଇ ଘରକୁ ଫେରିଥିଲି। ହେଲେ ସଦ୍ୟ କର୍କଟ ରୋଗ ମୋତେ ଗ୍ରାସ କରିବା ମନୋବଳ ଭାଙ୍ଗିଦେଇଛି। ତଥାପି ଜୀବନ ସହ ଲଢ଼େଇ ଜାରି ରଖିଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର