ଲଣ୍ଡନ: ଆସନ୍ତା ମାସରେ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳିବା ଲାଗି ୱେଷ୍ଟ୍ଇଣ୍ଡିଜ୍ ଗସ୍ତ କରିବ ଇଂଲଣ୍ଡ। ଏହି ଗସ୍ତ ଲାଗି ସହକାରୀ ପ୍ରଶିକ୍ଷକ ପଲ୍ କଲିଂଉଡ୍ଙ୍କୁ ଅନ୍ତରୀଣ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି କରିଛି ଇସିବି। ଅଷ୍ଟ୍ରେଲିଆଠୁ ୪-୦ରେ ଆସେସ୍ ଟେଷ୍ଟ୍ ଶୃଙ୍ଖଳା ହାରିଯିବାରୁ ମୁଖ୍ୟ ପ୍ରଶିକ୍ଷକ କ୍ରିସ ସିଲଭରଉଡ୍ ଗତ ସପ୍ତାହରେ ନିଜ ପଦ ଛାଡ଼ିଥିଲେ। କଲିଂଉଡ୍ ପୂର୍ବରୁ ଇଂଲଣ୍ଡର ସୀମିତ ଓଭର କ୍ରିକେଟ୍ ଦଳର ଅଧିନାୟକ ଥିଲେ। ତାଙ୍କ ନେତୃତ୍ବରେ ଦଳ ୨୦୧୦ ଟି-୨୦ ବିଶ୍ବକପ୍ ଖେଳିଥିଲା। ତାଙ୍କ ପ୍ରଶିକ୍ଷଣରେ ଦଳ ଟି-୨୦ ଶୃଙ୍ଖଳା ଖେଳିବାକୁ ୱେଷ୍ଟ୍ଇଣ୍ଡିଜ୍ ଗସ୍ତ କରିଥିଲା। ଏହି ଶୃଙ୍ଖଳା ଇଂଲଣ୍ଡ ୨-୩ରେ ହାରିଥିଲା। ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ପାଇଁ ମଙ୍ଗଳବାର ଦଳ ଘୋଷଣା କରାଯିବ। ପ୍ରଥମ ଟେଷ୍ଟ୍ ମାର୍ଚ ୮ରୁ ୧୨ ପର୍ଯ୍ୟନ୍ତ ଆଣ୍ଟିଗୁଆରେ, ଦ୍ବିତୀୟ ଟେଷ୍ଟ୍ ମ୍ୟାଚ୍ ୧୬ରୁ ୨୦ ପର୍ଯ୍ୟନ୍ତ ବାର୍ବାଡସରେ ଏବଂ ତୃତୀୟଟି ୨୪ରୁ ୨୮ ପର୍ଯ୍ୟନ୍ତ ଗ୍ରେନାଡାରେ ଖେଳାଯିବ।
କଲିଂଉଡ୍ ଇଂଲଣ୍ଡର ଅନ୍ତରୀଣ ମୁଖ୍ୟ ପ୍ରଶିକ୍ଷକ
/sambad/media/post_attachments/wp-content/uploads/2022/02/collingwood.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)