କାନାଡା ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରମୋଦଙ୍କୁ ଦୁଇ ପଦକ

ଭୁବାନେଶ୍ବର: ଦିବ୍ୟାଙ୍ଗ ଓଡ଼ିଆ ପୁଅ ପ୍ରମୋଦ ଭଗତ କାନାଡା ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଗୋଟିଏ ଲେଖାଏଁ କାଂସ୍ୟ ଓ ରୌପ୍ୟ ସହ ଦୁଇ ପଦକ କରାୟତ କରିଛନ୍ତି। କାନାଡାର ଓଟୱା ସହରସ୍ଥିତ ମମ୍ପେଚିଟ ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ଏହି ପ୍ରତିଯୋଗିତାର ଏକକ ବର୍ଗ ସେମିଫାଇନାଲ୍‌ରେ ପ୍ରମୋଦ ୨୧-୧୯, ୧୪-୨୧, ୨୦-୨୨ରେ ଇଂଲଣ୍ଡର ଡାନିଏଲ୍‌ ବେଥଲ୍‌ଙ୍କଠୁ ହାରି ଫାଇନାଲ୍‌ ପୂର୍ବରୁ ବିଦାୟ ନେଇ କାଂସ୍ୟରେ ସନ୍ତୁଷ୍ଟ ହୋଇଥିଲେ। ଯୁଗଳରେ ମନୋଜ ସରକାରଙ୍କୁ ସାଥୀ କରି ପ୍ରମୋଦ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ‌ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ୧୯-୨୧, ୧୦-୨୧ରେ ଇଣ୍ଡୋନେସିଆର ଫେଡ୍ରି ସତ୍ୟବାନ ଓ ଡୁଯୋକଙ୍କଠୁ ହାରି ରୌପ୍ୟ ପଦକ ପାଇଥିଲେ।

ସମ୍ବନ୍ଧିତ ଖବର