ଭୁବନେଶ୍ବର: କାନାଡ଼ାରେ ଚାଲିଥିବା କାନାଡ଼ା ଅନ୍ତର୍ଜାତୀୟ ପାରା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍ରେ ପ୍ରମୋଦ ଭଗତ ପ୍ରବେଶ କରିଛନ୍ତି। ଶୁକ୍ରବାର ପୁରୁଷ ଏକକ ପ୍ରିକ୍ବାର୍ଟର ଫାଇନାଲ୍ରେ ଏହି ଅଲିମ୍ପିକ୍ ବିଜେତା ୨୧-୧୧, ୨୧-୧୪ରେ ପେରୁ ପେଡ୍ରୋ ପାବ୍ଲୋ ଡି’ଭିନାତିଆଙ୍କୁ ପରାସ୍ତ କରିଥିଲେ। କ୍ବାର୍ଟରଫାଇନାଲ୍ରେ ପ୍ରମୋଦ ଫ୍ରାନ୍ସର ମାଥ୍ୟୁ ଥୋମାସଙ୍କୁ ଭେଟିବେ। ପୂର୍ବରୁ ପ୍ରମୋଦ ଓ ତାଙ୍କ ସାଥୀ ମନିଷା ରାମଦାସ ମିଶ୍ରିତ ଯୁଗଳ କ୍ବାର୍ଟରଫାଇନାଲ୍ରେ ପହଞ୍ଚିଥିଲେ। ଏହି ପ୍ରତିଯୋଗିତାରେ ଭାଗନେଇଥିବା ଅନ୍ୟ ଜଣେ ଓଡ଼ିଶା ଖେଳାଳି ଦୀପ ରଞ୍ଜନ ବିଶୋଇ ଏକକରୁ ବିଦାୟ ନେଇଥିଲା ବେଳେ ପୁରୁଷ ଯୁଗଳରେ ବିଜୟ ଜାରି ରଖିଛନ୍ତି। ଦୀପ ଓ ମନୋଜ ସରକାର ଯୋଡ଼ି ନିଜର ୩ଟି ଯାକ ଯୁଗଳ ମ୍ୟାଚ୍ ଜିତି ନେଇଛନ୍ତି। ଦୀପ ଓ ମନୋଜ ଗୁରୁବାର ପ୍ରଥମ ମ୍ୟାଚ୍ରେ ବିଶ୍ବର ଏକ ନମ୍ବରକୁ ହରାଇଥିଲା ବେଳେ ଶୁକ୍ରବାର ଦ୍ବିତୀୟ ମ୍ୟାଚ୍ରେ ନିଜ ଦେଶର ନୀଲେଶ ବାଲୁ ଗାଏକ୍ବାଡ ଓ ନେହାଲ ଗୁପ୍ତାଙ୍କୁ ୨୧-୧୧, ୨୧-୧୩ରେ ଏବଂ ତୃତୀୟ ମ୍ୟାଚ୍ରେ ପେରୁ ଓ କାନାଡ଼ା ଯୋଡ଼ି ଗୁଇଲାଉମେ ଗେଲି ଓ ୱିଲିୟମ ରୁସିଙ୍କୁ ୨୧-୯, ୨୧-୬ରେ ପରାସ୍ତ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp