ଭୁବନେଶ୍ବର : କାନାଡ଼ାରେ ଚାଲିଥିବା କାନାଡ଼ା ଅନ୍ତର୍ଜାତୀୟ ପାରାବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଉଭୟ ପୁରୁଷ ଏକକ ଓ ମିଶ୍ରିତ ଯୁଗଳ ସେମିଫାଇନାଲ୍‌ରେ ପ୍ରମୋଦ ଭଗତ ପ୍ରବେଶ କରିଛନ୍ତି। ଶନିବାର ପୁରୁଷ ଏକକ କ୍ବାର୍ଟରଫାଇନାଲ୍‌ରେ ଏହି ଅଲିମ୍ପିକ୍‌ ବିଜେତା ୨୪-୨୨, ୨୧-୧୩ରେ ଫ୍ରାନ୍ସର ମାଥ୍ୟୁ ଥୋମାସଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲ୍‌ରେ ସେ ନିଜ ଦେଶର ନୀତେଶ କୁମାରଙ୍କୁ ଭେଟିବେ।

Advertisment

ସେହିପରି ମିଶ୍ରିତ ଯୁଗଳ କ୍ବାର୍ଟରଫାଇନାଲ୍‌ରେ ପ୍ରମୋଦ ଓ ତାଙ୍କ ସାଥୀ ମନିଷା ରାମଦାସ ନିଜ ଦେଶର ରୁଥିକ ରଗୁପଥି ଓ ମାନସୀ ଯୋଶୀଙ୍କୁ ୨୧-୧୩, ୨୧-୧୭ରେ ପରାସ୍ତ କରିଥିଲେ। ପୁରୁଷ ଯୁଗଳରେ ଦୀପ ରଞ୍ଜନ ବିଶୋଇ ଓ ମନୋଜ ସରକାରଙ୍କ ଯୋଡ଼ି ୩ଟି ମ୍ୟାଚ୍‌ରୁ ୨ଟି ବିଜୟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ପ୍ରମୋଦ ଭଗତ ଓ ସୁକାନ୍ତ କଦମ ଯୋଡି ୨ ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ସହ ତୃତୀୟ ସ୍ଥାନରେ ରହିଛନ୍ତି।