ନୂଆଦିଲ୍ଲୀ: ଘରୋଇ କ୍ୟାଲେଣ୍ଡରର ସୁପରିଚାଳନା ଲାଗି ବିସିସିଆଇ ଏଥର ଅଧିନାୟକ ଏବଂ ପ୍ରଶିକ୍ଷକଙ୍କ ବାର୍ଷିକ ବୈଠକକୁ ଆଗୁଆ କରିବାକୁ ନିଷ୍ପତ୍ତି ନେଇଛି। ବିସିସିଆଇର ନବନିଯୁକ୍ତ ମହାପ୍ରବଂଧକ ସବା କରିମ୍ଙ୍କ ଆହୂତରେ ଏହି ବୈଠକ ଚଳିତ ବିଜୟ ହଜାରେ ଟ୍ରଫି ଫାଇନାଲ୍ର ପୂର୍ବଦିନ ଅର୍ଥାତ୍ ଫେବ୍ରୁଆରି ୨୮କୁ ଧାର୍ଯ୍ୟ ହୋଇଛି। ସାଧାରଣତଃ ଏହି ବୈଠକ ଘରୋଇ ଋତୁ ସହିତ ଆଇପିଏଲ୍ ଶେଷ ହେବା ପରେ ଅନୁଷ୍ଠିତ ହୁଏ। ଏଥର କିନ୍ତୁ ଦେଓଧର ଏବଂ ଇରାନୀ ଟ୍ରଫି ପୂର୍ବରୁ ଏହା ଆହୂତ ହୋଇଛି। ବୈଠକକୁ ଚୟନ ସମିତି ଅଧକ୍ଷ ଏମ୍ଏସ୍କେ ପ୍ରସାଦଙ୍କୁ ଡକା ଯାଇଛି।
ଅଧିନାୟକ ଓ ପ୍ରଶିକ୍ଷକଙ୍କ ବୈଠକ ଆଗୁଆ ହେବ
/sambad/media/post_attachments/wp-content/uploads/2018/02/Kohli-Kumble.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)