ଶେଷ ହୋଇଯାଇଛି ଆଇପିଏଲ ୨୦୧୮ । ଏବଂ ଦୀର୍ଘ ଦୁଇ ବର୍ଷ ପରେ ଆଇପିଏଲକୁ ଫେରିଥିବା ଚେନ୍ନାଇ ସୁପରକିଙ୍ଗସ ଚଳିତ ଆଇପିଏଲର ବିଜୟ ମୁକୁଟ ପିନ୍ଧିସାରିଛି । କିନ୍ତୁ ଫାଇନାଲ ଟକ୍କର ପରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Advertisment

ଚେନ୍ନାଇ ମ୍ୟାଚ ଜିତିବା ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଝିଅ ତାଙ୍କୁ ଫ୍ରୁଟି ପିଆଉଥିବାର ଭିଡିଓ ଭାଇରାଲ ହୋଇଛି । ଏପରିକି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ମ୍ୟାଚ ବିଜୟ ପରେ ଗୋଟିଏ ପଟେ ଦଳର ଖେଳାଳୀ ବିଜୟ ଉତ୍ସବ ପାଳୁଥିବା ବେଳେ ଧୋନୀ ନିଜ ଝିଅ ଜିଭା ସହ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ, ଚେନ୍ନାଇ ସୁପରକିଙ୍ଗସର ପ୍ରତିଟି ମ୍ୟାଚରେ ଧୋନୀଙ୍କୁ ଝିଅ ଜିଭା ନିଜ ବାପାଙ୍କୁ ଚିୟର କରିବା ପାଇଁ ଉପସ୍ଥିତ ରହୁଥିବା ଦେଖିବାକୁ ମିଳିଥିଲା । ଏହା ସହ ମ୍ୟାଚ ଶେଷରେ ଧୋନୀ ନିଜ ସହ ଖେଳୁଥିବାର ଦୃଶ୍ୟ ମଧ୍ୟ ଅନେକ ଥର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।