ଦାଢ଼ୀ ବୀମା ମାମଲାରେ ବିରାଟ କୋହଲି କହିଲେ – ବହୁତ ହୋଇଗଲା, ଏବେ ମୁଁ କହିବି

ନୂଆଦିଲ୍ଲୀ: ନିଜର ବ୍ୟାଟିଂକୁ ନେଇ ଖେଳପ୍ରେମୀଙ୍କ ନିକଟରେ ସବୁବେଳେ ଶ୍ରଦ୍ଧାର ଭାଜନ ହୋଇ ପାରିଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କିଛି ଦିନ ହେବ ନିଜ ଦାଢ଼ୀକୁ ନେଇ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଛନ୍ତି। ଶନିବାର ପୂରା ଦିନସାରା ଟୁଇଟରରେ ବିରାଟ ଦାଢ଼ୀ ବୀମାକୁ ନେଇ ଟ୍ରେଣ୍ଡିଂ ଚାଲିଥିଲା। ବିରାଟ କୋହଲି ଏହି ମାମଲାକୁ ନେଇ ଆଉ ନିରବ ରହି ନାହାନ୍ତି।

ବିରାଟ କୋହଲି ଟୁଇଟ କରିଛନ୍ତି, ମୋର ଦାଢ଼ୀକୁ ନେଇ ବହୁତ ଆଲୋଚନା ହୋଇଛି। ଏବେ ସମୟ ଆସିଛି ଯେ, ମୋତେ ବି କିଛି କହିବାକୁ ପଡ଼ିବ। ବିରାଟ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ବିରାଟ କହିଛନ୍ତି, ‘ବିଗତ କିଛି ଦିନ ହେଲା ମୋର ଦାଢ଼ୀକୁ ନେଇ ବହୁତ ଆଲୋଚନା ହୋଇଛି। ବୀମା ମୁଁ କରିଛି କିନ୍ତୁ ଗାଡ଼ିର, ଦାଢ଼ୀର ନୁହେଁ। ମୋର ଦାଢ଼ୀର ଷ୍ଟାଇଲ ବୀମା କଲା ଭଳି ହୋଇଛି।’ ଏହା ପରେ ଜଣେ ବ୍ୟକ୍ତି ବିରାଟ କୋହଲିଙ୍କୁ ଟୁଇଟ୍ କରି ପଚାରିଛନ୍ତି, ଆଜ୍ଞା ଆପଣଙ୍କ ଦାଢ଼ୀକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହେଉଛି। ଉତ୍ତରରେ ବିରାଟ କହିଛନ୍ତି, ଏହା ମିଛ କଥା। ଏକ ଇଲେକଟ୍ରୋନିକ ବ୍ରାଣ୍ଡକୁ ପ୍ରମୋଟ କରିବା ବେଳେ କୋହଲି ଏହା କହିଛନ୍ତି।

ସୂଚନାଯୋଗ୍ୟ କିଛି ଦିନ ତଳେ ଭାରତୀୟ ଟିମର ଖେଳାଳି କେଏଲ ରାହୁଲ ନିଜର ଟୁଇଟର ଆକାଉଣ୍ଟରେ ବିରାଟ କୋହଲିଙ୍କ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ୨ଜଣ ବ୍ୟକ୍ତି ବିରାଟ କୋହଲିଙ୍କ ଦାଢ଼ୀକୁ ଯାଞ୍ଚ କରୁଥିଲେ। ଏଥିରୁ ଜଣେ ବ୍ୟକ୍ତି ବିରାଟ କୋହଲିଙ୍କ ଦାଢ଼ୀରୁ ଏକ କେଶ ନିଜ ପାଖରେ ରଖିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓରେ ଭାଇରାଲ ହେବା ପରେ ବିରାଟ କୋହଲିଙ୍କ ଦାଢ଼ୀ ନେଇ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର