ନୂଆଦିଲ୍ଳୀ: କୋହଲି ନେଲେ କରୋନା ଟିକା । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କରୋନାର ପ୍ରଥମ ଡୋଜ ଟିକା ନେଇଛନ୍ତି । ପୂରା ଦେଶରେ ସଂକ୍ରମଣ ବ୍ୟାପୁଥିବା ବେଳେ କୋହଲି ଏହି ଟିକା ନେଇଛନ୍ତି । ଆସନ୍ତା ଜୁନ୍ ୨ରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପାଇଁ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ ଟିମ୍ ଇଣ୍ଡିଆ । ଆଉ ଏହା ପୂର୍ବରୁ ଟିମର ଅଧିକାଂଶ ଖେଳାଳି ଟିକା ନେଉଥିବା ଦେଖିବାକୁ ମିଳିଛି ।
ଟିକା ନେବା ପରେ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି ବିରାଟ କୋହଲି । ଅନ୍ୟମାନଙ୍କୁ ମଧ୍ୟ ଟିକା ନେବାକୁ ଅପିଲ କରିଛନ୍ତି । କୋହଲି ଲେଖିଛନ୍ତି, ଯେତେ ଶୀଘ୍ର ପାରୁଛନ୍ତି ଟିକା ନିଅନ୍ତୁ । କ୍ୟାପଟେନ କୋହଲି ଆଇପିଏଲ ସ୍ଥଗିତ ହେବା ପରେ ମୁମ୍ବାଇ ଫେରିଛନ୍ତି । ମୁମ୍ବାଇରେ ପତ୍ନୀ ଅନୁଷ୍କା ଓ କୁନି ଝିଅ ସହ ସମୟ କାଟୁଛନ୍ତି କୋହଲି ।
କୋହଲିଙ୍କ ପୂର୍ବରୁ ଶିଖର ଧୱନ, ଆଜିଙ୍କ୍ୟ ରାହାଣେ, ଉମେଶ ଯାଦବ ମଧ୍ୟ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି । ସେହିଭଳି ଦ୍ରୁତ ବୋଲର ଇଶାନ୍ତ ଶର୍ମା ମଧ୍ୟ ପତ୍ନୀ ପ୍ରତିମାଙ୍କ ସହ ଟିକା ନେଇଛନ୍ତି । ଏନେଇ ଟ୍ୱିଟରରେ ଇଶାନ୍ତ ଫଟୋ ଛାଡିବା ସହ ମହାମାରୀ ଲଢେଇର ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Thankful for this and grateful for all the essential workers. Happy to see the smooth running of the facility & management.
Let’s all get vaccinated at the earliest. #GetVaccinated #CovidVaccine pic.twitter.com/3wRHeBwvTP
— Ishant Sharma (@ImIshant) May 10, 2021