ବେଙ୍ଗାଲୁରୁ: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଆଇପିଏଲ୍ ବିଜୟ ଉତ୍ସବ ପାଳନ ଅବସରରେ ସ୍ଥାନୀୟ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ହୋଇଥିବା ଦଳଚକଟାରେ ୧୧ଜଣ ପ୍ରଶଂସକ ପ୍ରାଣ ହରାଇବା ଏବଂ ୫୦ରୁ ଅଧିକ ଲୋକ ଆହତ ହେବା ମାମଲାରେ ଜଣେ ସାମାଜିକକର୍ମୀ, ବରିଷ୍ଠ ଖେଳାଳି ବିରାଟ କୋହଲିଙ୍କ ନାଁରେ ମାମଲା ରୁଜୁ କରିଛନ୍ତି। କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ଏଚ୍‌ଏମ୍ ଭେଙ୍କଟେଶ ନାମକ ଏହି ସାମାଜିକକର୍ମୀ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ନିକଟରେ ଥିବା କାର୍ବନ ପାର୍କ ପୁଲିସ ଥାନାରେ ଲିଖିତ ଅଭିଯୋଗ କରି କୋହଲିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପୁଲିସ ତାଙ୍କ ଅଭିଯୋଗ ଗ୍ରହଣ କରିବା ସହ ଏହାକୁ ତଦନ୍ତ ପରିସରଭୁକ୍ତ କରିବ ବୋଲି କହିଛି।