ମୁକେଶଙ୍କ ବିରୋଧରେ ମୋକଦ୍ଦମା: ନକଲି ଜାତିଗତ ପ୍ରମାଣପତ୍ର ଦେଇଥିବା ଅଭିଯୋଗ

ହାଇଦ୍ରାବାଦ: ଚାକିରି କରିବା ବେଳେ ନକଲି ଜାତିଗତ ପ୍ରମାଣପତ୍ର ଦେଇ ଅଡ଼ୁଆରେ ପଡ଼ିଛନ୍ତି ଅଲିମ୍ପିଆନ୍ ତଥା ଅର୍ଜୁନ ପୁରସ୍କାର ବିଜେତା ହକି ତାରକା ଏନ୍ ମୁକେଶ କୁମାର। ଏଥିନେଇ ତାଙ୍କ ବିରୋଧରେ ସିକନ୍ଦରାବାଦର ବୋୱେନପାଲି ଥାନାରେ ମୋକଦ୍ଦମା ରୁଜୁ ହୋଇଛି। ଲଗାତାର ତିନିଟି ଅଲିମ୍ପିକ୍ସ (୧୯୯୨, ୧୯୯୬, ୨୦୦୦)ରେ ଭାରତର ପ୍ରତିନିଧିତ୍ବ କରିଥିବା ଆନ୍ଧ୍ରପ୍ରଦେଶର ଏହି ହକି କିମ୍ବଦନ୍ତୀଙ୍କ ସହ ତାଙ୍କ ଭାଇ ଏନ୍ ସୁରେଶ କୁମାରଙ୍କୁ ମଧ୍ୟ ଏହି ମୋକଦ୍ଦମାରେ ପକ୍ଷଭୂକ୍ତ କରାଯାଇଛି। ଦୁଇ ଭାଇ ତଫସିଲଭୁକ୍ତ ଉପଜାତିର ହୋଇ ନଥିଲେ ମଧ୍ୟ ନକଲି ଜାତିଗତ ପ୍ରମାଣପତ୍ର ଦେଇ ଇଣ୍ଡିଆନ୍ ଏୟାର ଲାଇନ୍ସରେ ଚାକିରି କରିଥିବା ଅଭିଯୋଗ ହୋଇଛି। ଉଭୟଙ୍କ ବିରୋଧରେ ଦୁଇ ସପ୍ତାହ ପୂର୍ବରୁ ଏଥିନେଇ ମୋକଦ୍ଦମା ରୁଜୁ ହୋଇଥିଲେ ମଧ୍ୟ ବୁଧବାର ଏହା ପଦାକୁ ଆସିଛି। ମୁକେଶ ଭାରତ ପକ୍ଷରୁ ୩୦୭ ହକି ଟେଷ୍ଟ ଖେଳି ୮୦ ଗୋଲ୍ ଦେଇଛନ୍ତି। ନକଲି ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗ ଆସିବା ପରେ ଇଣ୍ଡିଆନ୍ ଏୟାଲାଇନ୍ସର ଦୁର୍ନୀତି ନିବାରଣ ବିଭାଗ ହାଇଦ୍ରାବାଦ ଜିଲ୍ଲାପାଳଙ୍କୁ ମାମଲାର ତଦନ୍ତ କରିବାକୁ ଅନୁରୋଧ କରିଛି। ପୁଲିସ ମଧ୍ୟ ଛାନ ଭିନ୍ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ମୁକେଶ ଓ ସୁରେଶ ନକଲି ଜାତିଗତ ପ୍ରମାଣପତ୍ର ଦେଇ ଚାକିରି ହାତେଇ ଥିବାର ଅଭିଯୋଗ ଗତମାସରେ ଇଣ୍ଡିଆନ୍ ଏୟାର ଲାଇନ୍ସ ପାଇଥିଲା।

ମୋର କେହି ଆଦର୍ଶ ନଥିଲେ, କାହାକୁ ଦେଖି ମୁଁ ବଡ଼ ହୋଇନି: ଗୌତମ ଗମ୍ଭୀର
ପାକିସ୍ତାନ ଶୀର୍ଷ ସ୍ତରୀୟ ଦଳରେ ନିଜକୁ ସାମିଲ କରିପାରିଲେ ଶୃଙ୍ଖଳା ଖେଳିବା ପାଇଁ ଭାରତ ଆମକୁ ନେହୁରା ହେବ: ମୋଇନ୍ ଖାନ୍
ଘରୋଇ କ୍ରିକେଟ୍‌ର ସ୍ତର ଦିନକୁ ଦିନ କମି କମି ଚାଲିଛି। ବଡ଼ ଖେଳାଳିମାନେ ଏଥିରେ ନଖେଳିବା ଦୁର୍ଭାଗ୍ୟଜନକ: ସନ୍ଦୀପ ପାଟିଲ
ଅଷ୍ଟ୍ରେଲିଆ ରଡ୍‌ନି ମାର୍ସ, ରିକି ପଣ୍ଟିଂ, ଆଲାନ୍ ବର୍ଡରଙ୍କ ସେବାରୁ ଲାଭବାନ ହୋଇପାରିଛି। ରାହୁଲ ଦ୍ରାବିଡଙ୍କ ପାଇଁ ଭାରତୀୟ କନିଷ୍ଠ ଦଳ ବହୁତ ଭଲ ପ୍ରଦର୍ଶନ କରୁଛି। ଆମେ ମଧ୍ୟ କେତେକ ପୂର୍ବତନ ଖେଳାଳିଙ୍କୁ କନିଷ୍ଠ ଓ ବରିଷ୍ଠ ଦଳ ସହ କାମ କରିବାକୁ ଅନୁରୋଧ କରିବୁ: ଏହସାନ ମଣି, ପିସିବି ଅଧ୍ୟକ୍ଷ

ସମ୍ବନ୍ଧିତ ଖବର