ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ, ନ୍ୟୁଜିଲାଣ୍ଡ ୬ ଓଭରରେ ୮/୧

ମାଞ୍ଚେଷ୍ଟର : ଇଂଲାଣ୍ଡର ଐତିହାସିକ ଶିଳ୍ପନଗରୀ ଓଲଡ ଟାଫୋର୍ଟଠାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ-୨୦୧୯ର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରୁଛି । ତେବେ ଇଂନିସ ଆରମ୍ଭରୁ ହିଁ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଉପରେ ଚାପ ସୃଷ୍ଟି କରିବାକୁ ସଫଳ ହୋଇଛି ।

ଭାରତର ଦୁଇ ଓପନିଂ ବୋଲର ବୁମରା ଓ ଭୁବନେଶ୍ୱର ଶାଣିତ ବୋଲି କରି ନ୍ୟଜିଲାଣ୍ଡର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି । ନ୍ୟୁଜିଲାଣ୍ଡର ପ୍ରଥମ ରନ ୩ୟ ଓଭର ଆସିଥିଲା । କିନ୍ତୁ ବୁମରା ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟସମ୍ୟାନ ମାର୍ଟିନ ଗପଟିଲଙ୍କୁ ପାଭିଲିଅନ ପଠାଇବାରେ ସଫଳ ହୋଇଛନ୍ତି । ଗପଟିଲ ୧୪ଟି ବଲ ଖେଳି ମାତ୍ର ୧ ରନ କରି ଆଉଟ ହୋଇଛନ୍ତି । ଶେଷ ଖବର ମିଳିବା ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ୬ ଓଭରରେ ୧ଟି ଓ୍ଵିକେଟ ହରାଇ ୮ ରନ ସଂଗ୍ରହ କରିଛି । କ୍ରିଜରେ ଅଧିନାୟକ କେନ ଓ୍ଵିଲିୟମସନ ଓ ହେନେରୀ ନିକୋଲସ ଅଛନ୍ତି ।

ସମ୍ବନ୍ଧିତ ଖବର