୧,୦୦୦ ଦୃଷ୍ଟିହୀନ ବାଳିକାଙ୍କୁ କ୍ରିକେଟ୍ ପ୍ରଶିକ୍ଷଣ ଦେବ କ୍ୟାଭି

ଭୁବନେଶ୍ବର: କ୍ରିକେଟ୍ ଆସୋସିଏସନ୍ ଫର ଦି ଭିଜୁଆଲି ଏମ୍ପାୟାର୍ଡ (କ୍ୟାଭି) ରାଜ୍ୟର ୧,୦୦୦ ଦୃଷ୍ଟିହୀନ ଛାତ୍ରୀଙ୍କୁ କ୍ରିକେଟ୍ ଏବଂ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେବ। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ରହ୍ମପୁର ଆମ୍ବପୁଆ ରେଡ୍‌କ୍ରସ୍ ବିଦ୍ୟାଳୟଠାରେ ଏକ ୫ଦିନିଆ କ୍ରିକେଟ୍ ପ୍ରଶିକ୍ଷଣ ଶିବିର ସୋମବାରଠାରୁ ଆରମ୍ଭ ହୋଇଛି। ଏହି ଶିବିରରେ ଯୋଗଦେଇଥିବା ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ମଧ୍ୟ ଶିକ୍ଷା ଦିଆଯିବ।

ରବିବାର ଏହି ପ୍ରଶିକ୍ଷଣ ଶିବିରକୁ ଗଞ୍ଜାମ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭ୍ରାଂଶୁ ଶେଖର ମହାରଣା, ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର୍ ମହମ୍ମଦ ଜାଫର ଇକବାଲଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ। ନିଖିଳ ଓଡ଼ିଶା ଶିକ୍ଷକ ସଂଘର ଆଞ୍ଚଳିକ ସଂପାଦକ ନିରଂଜନ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ବେହେରା, ସନ୍ତୋଷ କୁମାର ବେହେରା, ସୁମନ୍ତ ପଣ୍ଡା ଓ ସୂର୍ଯ୍ୟ ନାରାୟଣ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର୍ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଶିବିର ପରିଚାଳନା କରିବେ।

ସମ୍ବନ୍ଧିତ ଖବର