ସିବିଏସ୍‌ଇ କ୍ଲଷ୍ଟର-୨ ଟିଟି ଆରମ୍ଭ

ଭୁବନେଶ୍ୱର: ସିବିଏସ୍‌ଇ କ୍ଲଷ୍ଟର-୨ ଟେବୁଲ୍‌ ଟେନିସ୍‌ (ଟିଟି) ପ୍ରତିଯୋଗିତା ଶୁକ୍ରବାରଠୁ ଭୁବନେଶ୍ୱର ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ  ଭୁବନେଶ୍ୱର ସିବିଏସ୍‌ଇ ଆର୍‌ଓ ଥଙ୍ଗୋଲେଟ୍‌ ମାଟେ, ବିକାଶ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଶିକ୍ଷା ବିଭାଗ ନିର୍ଦେଶକ ଭି ଶ୍ରୀନିବାସ, ସିବିଏସ୍‌ଇ ପର୍ଯ୍ୟବେକ୍ଷକ ସିଏଚ୍‌ ସୁନିଲ୍‌ ପିଲାଇ, ପିତାମ୍ଵର ଦାସ, ବିଜୟଲକ୍ଷ୍ମୀ ଦାସ, ଆର୍‌ ବିଜୟ କୁମାର, ଶିବ କୁମାର ଦାସ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ଓଡିଶା, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ର ୪୨ ବିଦ୍ୟାଳୟର ୧୪, ୧୭ ଏବଂ ୧୯ ବର୍ଷ ବୟସ ବର୍ଗରେ ୧୦୬ ଦଳ ଏବଂ ୧୪୯ ଖେଳାଳି ଭାଗ ନେଇଛନ୍ତି।

ସମ୍ବନ୍ଧିତ ଖବର