ଜାତୀୟ ସିବିଏସ୍‌ଇ ସନ୍ତରଣ : ଓଡ଼ିଶାକୁ ୪ ସ୍ବର୍ଣ୍ଣ ସହ ୯ ପଦକ

ଭୁବନେଶ୍ବର : ଭୋପାଳରେ ଶେଷ ହୋଇଥିବା ଜାତୀୟ ସିବିଏସ୍‌ଇ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାକୁ ୪ ସ୍ବର୍ଣ୍ଣ ସହିତ ମୋଟ ୯ ପଦକ ମିଳିଛି। ଅନ୍ତର୍ଜାତୀୟ ଖେଳାଳି ପ୍ରତ୍ୟାଶା ରାୟ ଏକାକୀ ୪ ସ୍ବର୍ଣ୍ଣ (୧୦୦ ମିଟର୍‌ ବ୍ୟାକଷ୍ଟ୍ରୋକ୍‌, ୨୦୦ ମିଟର୍ ବ୍ୟାକ୍‌ଷ୍ଟ୍ରୋକ୍‌, ୫୦ ମିଟର୍‌ ବଟରଫ୍ଲାଏ, ୫୦ ମିଟର୍‌ ବ୍ୟାକ୍‌ଷ୍ଟ୍ରୋକ୍‌ ଏବଂ ଗୋଟିଏ ରୌପ୍ୟ (୨୦୦ ମିଟର୍‌ ବ୍ୟକ୍ତିଗତ ମିଡଲେ) ପଦକ ଜିତିଥିଲେ। ମନ୍ନତା ମିଶ୍ର ୨ ରୌପ୍ୟ (୫୦ ଓ ୧୦୦ ମିଟର୍ ବ୍ରେଷ୍ଟ୍‌ଷ୍ଟ୍ରୋକ୍‌) ଏବଂ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ଗୋଟିଏ କାଂସ୍ୟ (୨୦୦ ମିଟର୍‌ ବ୍ରେଷ୍ଟ୍‌ଷ୍ଟ୍ରୋକ୍‌) ପଦକ ଜିତିଥିଲେ। ଦଳଗତ ଭାବେ ମନ୍ନତା ମିଶ୍ର, ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ, ମନ୍ମୟୀ ମହାପାତ୍ର, ଲି ପଟ୍ଟନାୟକଙ୍କୁ ନେଇ ଗଠିତ ୪ ଗୁଣା ୧୦୦ ମିଟର ମିଡଲେ ରିଲେ ଦଳ କାଂସ୍ୟ ପଦକ ଜିତିଥିଲେ। ପଦକ ବିଜେତାମାନଙ୍କୁ ଓଡ଼ିଶା ସନ୍ତରଣ ସଂଘ ସାଧାରଣ ସମ୍ପାଦକ ଦିଲାୱର ହୋସେନ୍‌ ଓ ଅନ୍ୟ କର୍ମକର୍ତା ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର