ସିବିଏସ୍‌ଇ ଟାଏକୋଣ୍ଡୋ: ପ୍ରିୟଙ୍କା, ଆଦ୍ୟାଶାଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର: ଉତ୍ତର ପ୍ରଦେଶର ଆଗ୍ରାସ୍ଥିତ ସନ୍ଥ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ସିବିଏସ୍‌ଇ କ୍ଲଷ୍ଟର ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିମାନେ ଆଶାତିତ ସଫଳତା ପାଇଛନ୍ତି। ପ୍ରତିଯୋଗିତାରେ ଭାଗ ନେଇଥିବା ସ୍ଥାନୀୟ ଖଣ୍ଡଗିରି ସେଣ୍ଟ ଜାଭିୟର ହାଇସ୍କୁଲର ୧୧ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ଦୁଇ ଜଣ ସ୍ୱର୍ଣ୍ଣ ପଦକ ପାଇଥିଲା ବେଳେ ୪ ଜଣ କାଂସ୍ୟ ପଦକ ପାଇଛନ୍ତି। ଜୟକୃଷ୍ଣ ପରିଡ଼ା ଦଳର ପ୍ରଶିକ୍ଷକ ଥିଲା ବେଳେ ଶ୍ୱାତୀ ପଟ୍ଟନାୟକ ପ୍ରବନ୍ଧକ ଥିଲେ। ସ୍ୱର୍ଣ୍ଣ ଜିତିଥିବା ଖେଳାଳି ଦ୍ୱୟ ହେଲେ ପ୍ରିୟଙ୍କା ମହାପାତ୍ର ଏବଂ ଆଦ୍ୟାଶା ମିଶ୍ର। ସେହିଭଳି କାଂସ୍ୟ ପଦକ ପାଇଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ସଲୋନି ପରିଡ଼ା, ଆଲିଆ ତରନୁମ୍‌, ଶ୍ରେୟା ଶ୍ରୀପଦା ଏବଂ ଲୋରିତା ପାତ୍ର। ଏହି ପ୍ରତିଯୋଗିତା ଚଳିତ ମାସ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

ସମ୍ବନ୍ଧିତ ଖବର