ଭୁବନେଶ୍ୱର: ‘ୱିଫର୍ୟୁ’ ଆନୁକୂଲ୍ୟରେ ଆୟୋଜିତ ଡ୍ୟୁଜ୍ ବଲ୍ ଚାରିଟେବୁଲ କର୍ପୋରେଟ୍ କ୍ରିକେଟ୍ ଲିଗ୍ (ସିସିସିଏଲ୍) ଦ୍ୱିତୀୟ ସଂସ୍କରଣରେ ଜ୍ୟୋତି ମୋଟର୍ସ ବିଜେତା ହୋଇଛି। ଏହି ଟେ୍ଵଣ୍ଟି-୨୦ ଲିଗ୍ର ଫାଇନାଲ୍ରେ ଜ୍ୟୋତି ମୋଟର୍ସ ୧୨.୨ ଓଭରରେ ୮୨ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇବା ପରେ ହିଣ୍ଡାଲ୍କୋକୁ ୬୬ ରନ୍ (୧୫ ଓଭର)ରେ ଅଟକାଇ ଦେଇଥିଲା। ସତ୍ୟବ୍ରତ ବେହେରା ଓ ତପନ ବେହେରା ମ୍ୟାଚ୍ ପରିଚାଳନା କରିଥିଲେ। ସନ୍ଦୀପ ସେଟ୍ଟୀ ଫାଇନାଲ୍ର ଶ୍ରେଷ୍ଠ ସାଙ୍ଗକୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ପ୍ରଶାନ୍ତ ବେହେରା (ହିଣ୍ଡାଲ୍କୋ) ଶ୍ରେଷ୍ଠ ବୋଲର, ରଜନୀକାନ୍ତ ମୁଣ୍ଡା (ନାଲ୍କୋ) ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଏବଂ ମହିନ୍ଦ୍ରା ସିଂହ (ଜେଡବ୍ଲୁସି ମେରାଇନ୍ସ) ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ପାଇଥିଲେ। ଏମାନଙ୍କ ବ୍ୟତୀତ ନିତ୍ୟାନନ୍ଦ ଦାସ ଶ୍ରେଷ୍ଠ କ୍ରୀଡ଼ା ଉତ୍ସାହୀ, ତେଜବାଲୀ ଯାଦବ ଶ୍ରେଷ୍ଠ ପ୍ରବନ୍ଧକ ବିବେଚିତ ହୋଇଥିଲେ। ହାଇଟେକ୍ ଡେଣ୍ଟାଲ କଲେଜର ଅଧ୍ୟକ୍ଷ ଡ. ସଂଗ୍ରାମ ପାତ୍ର ଏବଂ ହାଇଟେକ୍ ଗ୍ରୁପ୍ କ୍ରୀଡ଼ା ନିର୍ଦେଶକ ପ୍ରେମରଞ୍ଜନ ଓଝା ଅତିଥି ଭାବେ ଯୋଗଦେଇ ଟ୍ରଫି ଓ ପୁରସ୍କାର ବିତରଣ କରିଥିଲେ।
ସିସିସିଏଲ୍ ଜିତିଲା ଜ୍ୟୋତି ମୋଟର୍ସ
/sambad/media/post_attachments/wp-content/uploads/2018/01/20-CCCL-Winner.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)