କେନ୍ଦ୍ରୀୟ ବିଦ୍ୟାଳୟ ଜାତୀୟ ସନ୍ତରଣରେ ମହୀକାଙ୍କୁ କାଂସ୍ୟ

ସମ୍ବଲପୁର: ଦିଲ୍ଲୀରେ ଚାଲିଥିବା କେନ୍ଦ୍ରୀୟ ବିଦ୍ୟାଳୟ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ-୧ର ମହୀକା ମହାକୁଡ଼ କାଂସ୍ୟ ପଦକ ଜିତିଛନ୍ତି। ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍‌ରେ ସେ ୧ ମିନିଟ୍‌ ୩୧.୨୪ ସେକେଣ୍ଡ ସମୟ ନେଇ ତୃତୀୟ ହୋଇଥିଲେ। ମହୀକାଙ୍କୁ ତାଙ୍କ ସଫଳତା ପାଇଁ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ଅଭିନନ୍ଦନ ଜଣାଇଛି।

ସମ୍ବନ୍ଧିତ ଖବର