ସେଞ୍ଚୁରିଅନ୍ ଟେଷ୍ଟ : ପରାଜୟ ଏଡ଼େଇବାକୁ ଦକ୍ଷିଣ ଆଫ୍ରିକାର ସଂଘର୍ଷ ଜାରି

ସେଞ୍ଚୁରିଅନ : ରୋମାଞ୍ଚର ସ୍ଥିତିରେ ସେଞ୍ଚୁରିଅନ ଟେଷ୍ଟ ।  ଆଜି ମ୍ୟାଚର ୫ମ ଦିବସରେ ପରାଜୟ ଏଡ଼େଇବାକୁ ସଂଘର୍ଷ କରିଚାଲିଛି ଦକ୍ଷିଣ ଆଫ୍ରିକା । ସର୍ବଶେଷ ଖବର ମିଳିବା ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ୭ ଓ୍ବିକେଟ ହରାଇ ୧୮୨ ରନ କରିଛି । ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ଆହୁରି ୧୨୩ରନ ଆବଶ୍ୟକ ହେଉଥିବାବେଳେ ହାତରେ ମାତ୍ର ୩ଟି ଓ୍ବିକେଟ୍ ରହିଛି ।

ଦକ୍ଷିଣ ଆଫ୍ରିକା ଆଜି ୯୪/ ୪ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ଗତ କାଲି ୫୪ ରନ କରି ଅପରାଜିତ ଥିବା ଡିନ ଏଲଗାରଙ୍କ ଉପରେ ଦଳର ସବୁ ଆଶା ଭରସା ରହିଥିଲା । ସେ ମଧ୍ୟ ଆଶାନୁରୂପ ଭାବେ ଲଢୁଆ ବ୍ୟାଟିଂ କରି ୭୭ ରନ କରିଥିଲେ । ମାତ୍ର ସେ ଗୋଟିଏ ପଟେ ବ୍ୟାଟିଂ ଜାରି ରଖିଥିବାବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ନିୟମିତ ବ୍ୟବଧାନରେ ପାଭିଲିୟନ ଫେରୁଥିଲେ । ତେବେ ମଧ୍ୟକ୍ରମରେ ଆସିଥିବା ଅଧିନାୟକ ଟେମ୍ବା ବାଭୁମା ଦଳ ପାଇଁ ସଂଘର୍ଷ ଜାରି ରଖିଛନ୍ତି ।

ପ୍ରଥମ ଇନିଂସରେ ୩୨୭ରନ କରିଥିବା ଭାରତ ଆଜି ନିଜର ୨ୟ ଇନିଂସରେ ୧୭୪ ରନ କରି ଅଲଆଉଟ ହୋଇଯାଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୩୦୫ ରନର ବିଜୟ ଲକ୍ଷ୍ୟ ରହିଛି ।

 

ସମ୍ବନ୍ଧିତ ଖବର