ସେଞ୍ଚୁରିଅନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ୨ୟ ମୁକାବିଲା ସେଞ୍ଚରିଅନ୍ର ସୁପରସ୍ପୋଟ୍ର୍ସ ପାର୍କ ଷ୍ଟାଡିୟମରେ ଖେଳ ଜାରି ରହିଛି। ମ୍ୟାଚ୍ର ପ୍ରଥମ ଦିନ ଶନିବାର ଦକ୍ଷିଣ ଆଫ୍ରିକା ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ୧୬.୨ ଓଭରରେ ବିନା ଓ୍ଵିକେଟରେ ୩୭ ରନ୍ ସଂଗ୍ରହ କରିଛି।
ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିଥିବା ବେଳେ ଟିମ୍ ଇଣ୍ଡିଆ ବୋଲିଂ କରୁଛି। ଭାରତୀୟ ଟିମ୍ରେ ୩ଟି ପ୍ରମୁଖ ପରିବର୍ତ୍ତନ କରାଯାଇଛି। ଶିଖର ଧାଓ୍ଵନ, ଋଦ୍ଧିମାନ ସାହା ଓ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଲୋକେଶ ରାହୁଲ, ପାର୍ଥିବ ପଟେଲ ଓ ଈଶାନ୍ତ ଶର୍ମାଙ୍କୁ ସ୍ଥାନ ମିଳିଛି।
ଭାରତୀୟ ଏକାଦଶରେ ଆଜିଙ୍କ୍ୟ ରାହାଣେଙ୍କୁ ସ୍ଥାନ ମିଳିଥିବା ବେଳେ ଆଫ୍ରିକା ଟିମ୍ରେ ଆଘାତ ପାଇଥିବା ଡେଲ ଷ୍ଟେନଙ୍କ ସ୍ଥାନରେ ଲୁଙ୍ଗି ନଗିଦିଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ମିଳିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟରୁ ବଞ୍ଚିବାକୁ ହେଲେ ଭାରତକୁ ସେଞ୍ଚୁରିଅନ୍ ଟେଷ୍ଟରେ ବିଜୟୀ ହେବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ ଗତ ଜାନୁଆରୀ ୫ରୁ ୯ ମଧ୍ୟରେ କେପ୍ଟାଉନ୍ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୭୨ ରନ୍ରେ ଭାରତକୁ ପରାସ୍ତ କରିଥିଲା। ବର୍ତମାନ ଶୃଙ୍ଖଳା ୧-୦ରେ ଅଛି।