ଓଡ଼ିଶା ଏଫ୍‌ସିରୁ ସିଇଓ ଆଶିଷଙ୍କ ବିଦାୟ

ଭୁବନେଶ୍ବର: ଓଡ଼ିଶା ଏଫ୍‌ସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଶିଷ ଶାହଙ୍କ ୩ ବର୍ଷୀୟା ଚୁକ୍ତି ଶେଷ ହୋଇଯାଇଛି। ଫଳରେ ସେ ଶୁକ୍ରବାର କ୍ଲବ୍‌ରୁ ବିଦାୟ ନେଇଛନ୍ତି। ମୁଁ ଆଶିଷଙ୍କୁ ଧନ୍ୟବାଦ ଦେଉଛି। ସେ ଗତ ୩ ବର୍ଷ ହେବ କ୍ଲବ୍‌ ପାଇଁ କଠିନ ପରିଶ୍ରମ କରିବା ସହ ଉତ୍‌ଥାନ ପତନ ବେଳେ ଦଳ ସହ ରହିଥିଲେ। ତାଙ୍କ ସହ କାମ କରିବାରେ ଆମେ ଖୁସି ଅନୁଭବ କରିଥିଲୁ। ତାଙ୍କ ସହ ବ୍ୟକ୍ତିଗତ ଭାବେ ମୋର ଗୁଡ଼ିଏ ସ୍ମରଣୀୟ ମୂହୁର୍ତ୍ତ କଟିଛି ବୋଲି ଓଡ଼ିଶା ଏଫ୍‌ସି ସଭାପତି ରୋହନ ଶର୍ମା ଏକ ‌‌ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଓଡ଼ିଶା ଏଫ୍‌ସି ସହ ମୋର ଏହି ୩ ବର୍ଷର ସଂପର୍କ ଖୁବ୍‌ ଆହ୍ବାନପୂର୍ଣ୍ଣ ଥିଲା। ମୁଁ ଓଡ଼ିଶା ଏଫ୍‌ସିର ମାଲିକ, ସମସ୍ତ ସଦସ୍ୟ, ଓଡ଼ିଶା ସରକାର, ଖେଳାଳି, ପ୍ରଶିକ୍ଷକ ଏବଂ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଉଛି। ଏମାନଙ୍କ ବିନା ଦିଲ୍ଲୀ (ଡାଇନାମୋସ)ରୁ ଓଡ଼ିଶା ପର୍ଯ୍ୟନ୍ତ ସଫଳତା ପାଇବାକୁ ସକ୍ଷମ ହୋଇପାରିନ’ଥାନ୍ତି ବୋଲି ଆଶିଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର