ଚହଲଙ୍କୁ ୨୯ ପୂରିଲା

ଚଣ୍ଡିଗଡ଼: ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ମଙ୍ଗଳବାର ୨୯ ପୂରି ୩୦ ଚାଲିଲା। ରୋହିତ ଶର୍ମା, ଶିଖର ଧାୱନ ଓ କୁଲଦୀପ ଯାଦବଙ୍କ ଭଳି ସାଥୀ ଖେଳାଳିଙ୍କ ସହ ବୀରେନ୍ଦ୍ର ସେହବାଗ ଓ ବିସିସିଆଇ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଚହଲ ଭାରତ ପକ୍ଷରୁ ୧୩୦ ଅନ୍ତର୍ଜାତୀୟ ୱିକେଟ୍ ନେଇଥିଲା ଇଂଲଣ୍ଡରେ ବିଶ୍ବକପ୍ ଖେଳିଥିବା ଭାରତୀୟ ଦଳର ସେ ମଧ୍ୟ ସଦସ୍ୟ ଥିଲେ। ବିଶ୍ବକପରେ ସେ ୧୨ ୱିକେଟ୍ କରାୟତ କରିଥିଲେ। ୧୯୯୦ ମସିହା ଜୁଲାଇ ୨୩ ତାରିଖରେ ହରିଆଣାର ଜିନ୍ଦଠାରେ ଜନ୍ମଗ୍ରହଣ କରିଥିବା ଚହଲ ୨୦୧୬ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ସେବେଠାରୁ ସେ ଭାରତୀୟ ଦଳର ନିୟମିତ ସଦସ୍ୟ ହୋଇ ରହି ଆସିଛନ୍ତି।

ସମ୍ବନ୍ଧିତ ଖବର