ଚହଲ-ଧନଶ୍ରୀଙ୍କ ଡବଲ୍ ଡେଟ୍

ଦୁବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପତ୍ନୀ ତଥା ନୃତ୍ୟ ନିର୍ଦ୍ଦେଶିକା ଧନଶ୍ରୀ ବର୍ମାଙ୍କର ସୋମବାର ଥିଲା ୨୫ତମ ଜନ୍ମଦିବସ। ଏହାକୁ ଚହଲ ଓ ଧନଶ୍ରୀ ଆର୍‌ସିବିର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିୟର୍ସ ଓ ତାଙ୍କ ପତ୍ନୀ ଡାନିଏଲାଙ୍କ ସହ ପାଳନ କରିଥିଲେ। ଚାରିଜଣ ଏକାଠି ଜନ୍ମଦିନ ପାଳନ କରିଥିବାର ଫଟୋ ଧନଶ୍ରୀ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରି ପ୍ରଶଂସକଙ୍କୁ ଏହି ବିଷୟରେ ସୂଚନା ଦେଇଥିଲେ। ଫଟୋ ତଳେ ସେ ଲେଖିଥିଲେ ଯେ ଡବଲ୍ ଡେଟ୍ ପାଇଁ ଧନ୍ୟବାଦ ୟୁଜବେନ୍ଦ୍ର, ଏବି ଓ ଡାନିଏଲା। ଏମିତି ଉତ୍ସବ ପାଳନ ପାଇଁ ପୁଣି ଥରେ ଅଶେଷ ଅଶେଷ ଧନ୍ୟବାଦ। ଭଗବାନ ମହାନ। ତାଙ୍କର ଏହି ପୋଷ୍ଟକୁ ଘଣ୍ଟାକ ଭିତରେ ୫ ଲକ୍ଷରୁ ଅଧିକ ଲାଇକ୍ ମିଳିଯାଇଥିଲା।

ସମ୍ବନ୍ଧିତ ଖବର