ଚହଲ-ଧନଶ୍ରୀଙ୍କ ରୋମାଣ୍ଟିକ୍ ସଂଧ୍ୟା

ଦୁବାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସ୍ପିନର ୟୁଜବେନ୍ଦ୍ର ଚହଲ ଚଳିତ ଆଇପିଏଲ୍‌ରେ ନିଜ ଚମକ ଦେଖାଇ ଚାଲିଛନ୍ତି। ୟୁଏଇରେ ପ୍ରେମିକା ଧନଶ୍ରୀ ବର୍ମାଙ୍କ ଉପସ୍ଥିତି ହିଁ ତାଙ୍କୁ ଏଥିଲାଗି ଅଧିକ ଉତ୍ସାହିତ ଓ ଅନୁପ୍ରେରିତ କରୁଛି। ଖାଲି ସମୟରେ ଧନଶ୍ରୀଙ୍କୁ ଧରି ଦୁବାଇ ଓ ଏହାର ଆଖପାଖର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନ ବୁଲିବାକୁ ଭୁଲୁ ନାହାନ୍ତି ଚହଲ। ମଙ୍ଗଳବାର ସଂଧ୍ୟାରେ ଚହଲ ଓ ଧନଶ୍ରୀ ଦୁବାଇ ବେଳାଭୂମିରେ ଢେର କିଛି ସମୟ କଟାଇଥିଲେ। ଉଭୟ ସେଠାରେ ଉଠାଇଥିବା ଏକ ଆକର୍ଷଣୀୟ ଫଟୋ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରି ଚହଲ ହିଁ ଏକଥା ନିଜ ପ୍ରଶଂସକଙ୍କୁ ଜଣାଇଥିଲେ। ଦୁବାଇର ସୁପ୍ରସିଦ୍ଧ ୱାଲଡ୍ରଫ୍‌ ଆଷ୍ଟୋରିଆ ପାମ୍ ରିଜୋର୍ଟରେ ରହି ଉଭୟ ସୂର୍ଯ୍ୟାସ୍ତର ମଜା ଉଠାଇଥିଲେ।

ରୋମାଣ୍ଟିକ୍ ଫଟୋ ବି ଉଠାଇଥିଲେ। ଫଟୋଟିକୁ ପ୍ରକାଶ କରି ଚହଲ ଲେଖିଥିଲେ ‘ମୋ ସଠିକ୍ ସଂଧ୍ୟା’। ଧନଶ୍ରୀ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ପକାଇଥିବା ଏହି ‌ଫଟୋ ତଳେ ଲେଖିଥିଲେ ଜୀବନର କିଛି କିଛି ମୁହୂର୍ତ ହିଁ ସୂର୍ଯ୍ୟାସ୍ତ ଭଳି ସୁନ୍ଦର ହୋଇଥାଏ। ସୂଚନାଯୋଗ୍ୟ ଯେ ଚହଲ-ଧନଶ୍ରୀଙ୍କ ନିକଟରେ ନିର୍ବନ୍ଧ ହୋଇସାରିଥିଲା ବେଳେ ଚଳିତ ବର୍ଷ ଶେଷ ଆଡ଼କୁ କିମ୍ବା ଆସନ୍ତାବର୍ଷ ପ୍ରାରମ୍ଭରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର