ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍ ନେବାରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ସମକକ୍ଷ ହୋଇଛନ୍ତି ସ୍ପିନର ୟୁଜବେନ୍ଦ୍ର ଚହଲ। ବୁମରାଙ୍କ କୀର୍ତ୍ତିମାନ ଛୁଇଁବା ଲାଗି ଚହଲଙ୍କୁ ଆଉ ମାତ୍ର ଗୋଟିଏ ୱିକେଟ୍ ଦରକାର ଥିଲା ବେଳେ ରବିବାରର ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଏହାକୁ ହାସଲ କରି ନେଇଥିଲେ ସେ। ସିଡ୍ନି ଟ୍ବେଣ୍ଟି-୨୦କୁ ଯିବା ପୂର୍ବରୁ ଚହଲ ଟ୍ବେଣ୍ଟି-୨୦ରେ ୫୮ ୱିକେଟ୍ ନେଇଥିଲା ବେଳେ ବୁମରା ୫୯ ୱିକେଟ୍ରେ ଥିଲେ। ତେବେ ଟେଷ୍ଟ୍ ଶୃଙ୍ଖଳା ପାଇଁ ବିଶ୍ରାମ ନେଉଥିବାରୁ ବୁମ୍ରା ଏହି ମ୍ୟାଚ୍ ନଖେଳିବା ଚହଲଙ୍କ କାମକୁ ସହଜ କରି ଦେଇଥିଲା। ଷ୍ଟିଭେନ୍ ସ୍ମିଥ୍ଙ୍କୁ ହାର୍ଦିକ ପାଣ୍ଡ୍ୟାଙ୍କ ହାତରେ କ୍ୟାଚ୍ କରାଇ ବୁମ୍ରାଙ୍କ କ୍ଲବ୍ରେ ଯୋଗ ଦେଇଥିଲେ ଚହଲ୍। ଏବେ ବୁମ୍ରା ଓ ଚହଲ ଉଭୟ ୫୯ ଲେଖାଏଁ ୱିକେଟ୍ ନେଇ ଟ୍ବେଣ୍ଟି-୨୦ରେ ଭାରତର ଯୁଗ୍ମ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଛନ୍ତି।
ବୁମରାଙ୍କ ସମକକ୍ଷ ହେଲେ ଚହଲ
/sambad/media/post_attachments/wp-content/uploads/2020/12/chahal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)