ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷ ୪ ଦିନିଆ ଟେଷ୍ଟ ମ୍ୟାଚ୍ ଲାଗି ସୋମବାର ଶ୍ରେୟସ ଆୟରଙ୍କ ନେତୃତ୍ୱରେ ୧୬ ଜଣିଆ ଭାରତ ‘ଏ’ ଦଳ ଘୋଷିତ ହୋଇଛି। ଏଥିରେ ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତ ‘ଏ’ ଦଳର ୧୩ ଜଣ ଖେଳାଳି ରହିଛନ୍ତି। କରୁଣ ନାୟର ଏବଂ ଋଷବ ପନ୍ତ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଦଳରେ ଥିବାରୁ ଏହି ଦଳରେ ସ୍ଥାନ ପାଇ ନାହାନ୍ତି ଏମାନଙ୍କ ସ୍ଥାନରେ ଶ୍ରେୟସ୍, ୟୁଜବେନ୍ଦ୍ର ଚହଲ ଏବଂ ଅକ୍ଷର ପେଟଲ୍ଙ୍କୁ ସାମିଲ କରାଯାଇଛି। ଅକ୍ଷର କେବଳ ପ୍ରଥମ ମ୍ୟାଚ୍ ପାଇଁ ଦଳରେ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଲାଗି ସାହବାଜ ନଦୀମଙ୍କୁ ଦଳରେ ନିଆଯାଇଛି। ଅଗଷ୍ଟ ୪ରୁ ପ୍ରଥମ ମ୍ୟାଚ୍ ବେଲ୍ଗାମ୍ରେ ଏବଂ ଅଗଷ୍ଟ ୧୦ରୁ ଦ୍ୱିତୀୟ ମ୍ୟାଚ୍ ବେଙ୍ଗାଲୁରୁରେ ଖେଳାଯିବ। ଏହି ଶୃଙ୍ଖଳା ପରେ ଚାରିଦଳୀୟ ପ୍ରତିଯୋଗିତା ଅଗଷ୍ଟ ୧୭ରୁ ୨୯ ତାରିଖ ପର୍ଯ୍ୟନ୍ତ ବିଜୟଓ୍ଵାଡାରେ ଆୟୋଜିତ ହେବ। ଏଥିରେ ଦକ୍ଷିଣ ଆଫ୍ରିକା ‘ଏ’ ସହ ଅଷ୍ଟ୍ରେଲିଆ ‘ଏ’ ଏବଂ ଭାରତ ‘ଏ’ ଓ ‘ବି’ ଦଳ ଯୋଗଦେବେ। ଏଥି ଲାଗି ମଧ୍ୟ ଭାରତ ‘ଏ’ ଏବଂ ‘ବି’ ଦଳ ସୋମବାର ଘୋଷିତ ହୋଇଥିଲା। ଆୟର ‘ଏ’ ଦଳର ଏବଂ ମନୀଷ ପାଣ୍ଡେ ‘ବି’ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି।
ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷ ଭାରତ ‘ଏ’: ଶ୍ରେୟସ ଆୟର (ଅଧିନାୟକ), ପୃଥ୍ଵୀ ସ’, ଆର୍ ସାମର୍ଥ, ମୟଙ୍କ ଅଗ୍ରଓ୍ଵାଲ୍, ଅଭିମନ୍ୟୁ ଈଶ୍ୱରନ୍, ହନୁମା ବିହାରୀ, ଅଙ୍କିତ ବାେଓ୍ଵଁ, କେଏସ୍ ଭରତ, ଅକ୍ଷର ପଟେଲ୍ (ପ୍ରଥମ ମ୍ୟାଚ୍)/ ସାହଜାଦ ନଦୀମ (ଦ୍ୱିତୀୟ ମ୍ୟାଚ୍), ୟୁଜବେନ୍ଦ୍ର ଚହଲ, ଜୟନ୍ତ ଯାଦବ, ରଜନୀଶ ଗୁରବାଣୀ, ନବଦୀପ୍ ସାଇନି, ଅଙ୍କିତ ରାଜପୁତ, ମହମ୍ମଦ ସିରାଜ।
ଚାରିଦଳୀୟ ପ୍ରତିଯୋଗିତା ଲାଗି ଭାରତ ‘ଏ’ ଦଳ: ଶ୍ରେୟସ ଆୟର (ଅଧିନାୟକ), ପୃଥ୍ଵୀ ସ’, ଆର୍ ସାମର୍ଥ, ସୂର୍ଯ୍ୟକୁମାର ଯାଦବ, ହନୁମା ବିହାରୀ, ଅଙ୍କିତ ବାେଓ୍ଵଁ, ନୀତିଶ ରଣା, ସିଦ୍ଦେଶ ଲାଡ୍, ସଞ୍ଜୁ ସାମସନ୍, ମୟଙ୍କ ମାର୍କଣ୍ଡ, କେ ଗୌତମ, କ୍ରୁନାଲ ପାଣ୍ଡ୍ୟା, ଦୀପକ ଚହର, ମହମ୍ମଦ ସିରାଜ, ଶିଭମ ମାଭି, ଖଲୀଲ ଅହମ୍ମଦ।
ଭାରତ ‘ବି’ ଦଳ: ମନୀଷ ପାଣ୍ଡେ (ଅଧିନାୟକ), ମୟଙ୍କ ଅଗ୍ରଓ୍ଵାଲ୍, ଅଭିମନ୍ୟୁ ଈଶ୍ୱରନ୍, ଶୁଭମ ଗିଲ୍, ଦୀପକ ହୁଦା, ରିକି ଭୁଇ, ବିଜୟ ଶଙ୍କର, ଈଶାନ କିଷାନ, ଶ୍ରେୟସ ଗୋପାଳ, ଜୟନ୍ତ ଯାଦବ, ଡିଏ ଜାଦେଜା, ସିଦ୍ଧାର୍ଥ କୌଲ, ପ୍ରସିଦ୍ଧ କ୍ରିଷ୍ଣା, କୁଲଓ୍ଵନ୍ତ ଖେଜ୍ରୋଲିଆ, ନବଦୀପ ସାଇନି।
ନୂଆଦିଲ୍ଲୀ,: ଚଳିତ ବର୍ଷର ଦଲୀପ ଟ୍ରଫି ଲାଗି ସୋମବାର ଭାରତ ବ୍ଲୁ, ରେଡ୍ ଏବଂ ଗ୍ରିନ୍ ଦଳ ସୋମବାର ଘୋଷିତ ହୋଇଛି। ଏହି ଚାରିଦିନିଆ ପ୍ରତିଯୋଗିତା ଲାଗି ପାର୍ଥିବ ପଟେଲ ଗ୍ରିନ୍, ଅଭିନବ ମୁକୁନ୍ଦ ରେଡ୍ ଏବଂ ଫଏଜ ଫଜଲ ବ୍ଲୁ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଅଗଷ୍ଟ ୧୭ ତାରିଖରୁ ହେବାକୁଥିବା ଏହି ପ୍ରତିଯୋଗିତା ଦିବାରାତ୍ର ଭିତ୍ତିରେ ଖେଳାଯିବ। ସମସ୍ତ ଲିଗ୍ ଏବଂ ଫାଇନାଲ୍ ମ୍ୟାଚ୍ ଦିନ୍ଦିଗୁଲସ୍ଥିତ ଏନ୍ପିଆର୍ କଲେଜ୍ ପଡ଼ିଆରେ ଅନୁଷ୍ଠିତ ହେବ। ଫାଇନାଲ୍ ମ୍ୟାଚ୍ ସେପ୍ଟେମ୍ବର ୪ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ବ୍ଲୁ ଦଳ: ଫଏଜ ଫଜଲ (ଅଧିନାୟକ), ଅଭିଷେକ ରମନ, ଅନ୍ମୋଲପ୍ରୀତ ସିଂହ, ଗଣେଶ ସତିଶ, ଏନ୍ ଗଙ୍ଗଟା, ଧ୍ରୁବ ସୋରେ, କେଏସ୍ ଭରତ, ଅକ୍ଷୟ ଓ୍ଵାଖାରେ, ସୌରଭ କୁମାର, ସ୍ୱପ୍ନିଲ ସିଂହ, ବାସିଲ ଥାମ୍ପି, ବି ଆୟପ୍ପା, ଜୟଦେବ ଉନାଦକଟ୍, ଧାଓ୍ଵଲ କୁଲକର୍ଣ୍ଣି।
ରେଡ୍ ଦଳ: ଅଭିନବ ମୁକୁନ୍ଦ (ଅଧିନାୟକ), ଆର୍ଆର୍ ସଂଜୟ, ଆଶୁତୋଷ ସିଂହ, ବାବା ଅପରାଜିତ, ଋତିକ ଚାଟାର୍ଜୀ, ବି ସନ୍ଦୀପ, ଅଭିଷେକ ଗୁପ୍ତା, ସାହାବାଜ ନଦୀମ, ମିହିର ହିରଓ୍ଵାନୀ, ପର୍ଭେଜ ରସୁଲ, ରାଜନୀଶ ଗୁରବାଣୀ, ଏ ମିଥୁନ, ଈଶାନ ପଟେଲ, ଓ୍ଵାଇ ପୃଥ୍ଵୀରାଜ।
ଗ୍ରିନ୍ ଦଳ: ପାର୍ଥିବ ପଟେଲ (ଅଧିନାୟକ), ପ୍ରଶାନ୍ତ ଚୋପ୍ରା, ପ୍ରିୟଙ୍କ ପାଞ୍ଚାଲ, ସୁଦୀପ ଚାଟାର୍ଜୀ, ଗୁରୁକୀରଟ ମନ୍, ବାବା ଇନ୍ଦ୍ରଜିତ, ଭିପି ସୋଲାଙ୍କି, ଜଳଜ ସକ୍ସେନା, କର୍ଣ୍ଣ ଶର୍ମା, ବିକାଶ ମିଶ୍ର, କେ ବିଘ୍ନେଶ, ଅଙ୍କିତ ରାଜପୁତ, ଅଶୋକ ଦିଣ୍ଡା, ଅତିତ ସେଠ।