କଟକ: ଭାରତୀୟ ଦଳରେ ଏକାଧିକ ଅଲ୍ରାଉଣ୍ଡର ଅଛନ୍ତି। ଏକ ସନ୍ତୁଳିତ ଦଳ ଭାବେ ବିଶ୍ବକପ୍ରେ ଓହ୍ଲାଉଥିବାରୁ ଦଳ ପାଖରେ ବିଶ୍ବ ବିଜେତା ହେବା ପାଇଁ ସବୁ ଦକ୍ଷତା ରହିଛି। ତଥାପି ଇ˚ଲଣ୍ଡ ସହ ଭାରତର ଭଲ ଟକ୍କର ହେବା ଅନୁମାନ କରାଯାଉଛି। କାରଣ ଘରୋଇ ପରିବେଶରେ ପିଚ୍, ପରିସ୍ଥିତି, ପାଣିପାଗ ଇତ୍ୟାଦିକୁ ଇ˚ଲଣ୍ଡ ଭଲ ଭାବେ ଜାଣିଛି। ସେହି ଅନୁସାରେ ସେମାନେ ପ୍ରତ୍ୟେକ ମ୍ୟାଚ୍ ପାଇଁ ଯୋଜନା ପ୍ରସ୍ତୁତ କରିବେ। ତେବେ କେବଳ ଇ˚ଲଣ୍ଡ ନୁହେଁ ପ୍ରତ୍ୟେକ ଦଳ ସହିତ ଖେଳିବା ଭାରତ ପାଇଁ ଚାଲେଞ୍ଜ ସଦୃଶ ହେବ ବୋଲି ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଲରାଉଣ୍ଡର ତଥା ପୂର୍ବତନ ଚୟନକର୍ତ୍ତା ପବନ ଅଗ୍ରଵାଲ କହିଛନ୍ତି। ତାଙ୍କ ମତରେ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ଥାନ ସହିତ ଭାରତର କଡ଼ା ମୁକାବିଲା ହେବ। ଅଧିନାୟକ ବିରାଟ କୋହଲି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ଦଳ ଆମ ପାଇଁ ସମାନ। ତେଣୁ ଦଳ କିମ୍ବା ଖେଳାଳିଙ୍କୁ ଦେଖିବା ଅପେକ୍ଷା, ପ୍ରତ୍ୟେକ ମ୍ୟାଚ୍କୁ ଜିତିବାକୁ ଲକ୍ଷ୍ୟ ରଖାଯିବ ବୋଲି କୋହଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ତେଣୁ ଭାରତ ସମ୍ମୁଖରେ ତୃତୀୟ ଥର ବିଶ୍ବ ବିଜେତା ହେବା ପାଇଁ ବଡ଼ ସୁଯୋଗ ରହିଥିବା ପବନ କହିଛନ୍ତି। ଭାରତୀୟ ଖେଳାଳିଙ୍କ ମଧ୍ୟରୁ କୋହଲି, ଧୋନି, ବୁମ୍ରା, ଭୁବନେଶ୍ବର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟେକ ମ୍ୟାଚ୍ରେ ପ୍ରଭାବୀ ରହିବେ। ଏମାନେ ଆଇପିଏଲ୍ରେ ଭଲ ପ୍ରଦର୍ଶନ ଦେଇଥିବାରୁ ଅଧିକ ପରିଶ୍ରମର ଆବଶ୍ୟକତା ହେବନି। କେବଳ ପରିସ୍ଥିତି ଅନୁଯାୟୀ ଯୋଜନା ପ୍ରସ୍ତୁତ କଲେ ଭାରତକୁ ମ୍ୟାଚ୍ ଜିତିବାରେ ସହଜ ହେବ। ଇ˚ଲଣ୍ଡ ପରିବେଶରେ କୁଲଦୀପଙ୍କ ଅପେକ୍ଷା ଚହଲ ଅଧିକ ପସନ୍ଦର ଖେଳାଳି ହେବେ। କାରଣ ଚହଲ ପ୍ରତ୍ୟେକ ମ୍ୟାଚ୍ରେ ନିଜକୁ ତୁରନ୍ତ ଖାପଖୁଆଇ ନେଉଛନ୍ତି। ସ୍ଥିତିକୁ ପରଖି ନେଇ ସେହି ଅନୁସାରେ ଵିକେଟ୍ ବାହାର କରିବା ଦକ୍ଷତା ଚହଲଙ୍କ ପାଖରେ ରହିଛି। ସେହିପରି ବ୍ୟାଟି˚ କ୍ରମରେ ବିଜୟ ଶଙ୍କରଙ୍କୁ ସୁଯୋଗ ଦିଆଯାଉ ବୋଲି ପବନ କହିଛନ୍ତି। ଦ୍ରୁତ ବୋଲରଙ୍କ ମଧ୍ୟରେ ଭୁବନେଶ୍ବର କିମ୍ବା ସାମିଙ୍କ ମଧ୍ୟରୁ ଜଣଙ୍କୁ ଖେଳାଇଲେ ଭଲ ହେବ। ଉଭୟ ଅଭିଜ୍ଞ ଓ ପ୍ରତିଭାବାନ୍। କିନ୍ତୁ ପ୍ରତ୍ୟେକ ମ୍ୟାଚ୍ ପାଇଁ ଉଭୟଙ୍କୁ ଫିଟ୍ ରହିବାକୁ ହେବ। ସେଥିପାଇଁ ଜଣ ଜଣଙ୍କୁ ବିଶ୍ରାମ ଦେଇ ଖେଳାଇବା ଠିକ୍ ରଣନୀତି ରହିବ ବୋଲି ସେ ମତ ରଖିଛନ୍ତି।
ଇ˚ଲଣ୍ଡରେ କୁଲଦୀପଙ୍କ ଅପେକ୍ଷା ଚହଲ ଅଧିକ ପ୍ରଭାବୀ ରହିବେ: ପବନ
/sambad/media/post_attachments/wp-content/uploads/2019/05/Untitled-10-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)