କୋହଲିଙ୍କ ‘ପାଠ ପଢ଼ା ଦିନ’ ପୋଷ୍ଟକୁ ନେଇ ଚହଲ-ରସିଦ କୌତୁକିଆ କଥା

ଦୁବାଇ : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ଅଭ୍ୟାସ ଅଧିବେଶନ ବେଳେ ଏବି ଡି’ଭିଲିୟର୍ସ, ଦେବଦତ୍ତ ପଡିକଲ, ମହମ୍ମଦ ସିରାଜଙ୍କ ସହ ଉଠାଇଥିବା ଏକ ଫଟୋ ପ୍ରକାଶ କରି ଅଧିନାୟକ ବିରାଟ କୋହଲି ସ୍କୁଲ୍‌ରେ ପାଠ ପଢ଼ୁଥିବାର ଦିନ ମନେ ପଡ଼ିଯାଉଛି ବୋଲି ଇନଷ୍ଟାଗ୍ରାମରେ ଲେଖିଥିଲେ। ତାଙ୍କର ଏହି ଫଟୋକୁ ନେଇ ସନ୍‌ରାଇଜର୍ସ ହାଇଦ୍ରାବାଦ ସ୍ପିନର ରସିଦ ଖାନ୍ ଓ ଆର୍‌ସିବି ସ୍ପିନର ୟୁଜବେନ୍ଦ୍ର ଚହଲ କୌତୁକିଆ କଥା କଟାକଟିରେ ମାତି ଯାଇଥିଲେ।

ଚାରି ଜଣ ଯାକ ଠିଆ ହୋଇଥିବା ଏହି ଫଟୋକୁ ପ୍ରକାଶ କରି କୋହଲି କହିଥିଲେ, ‘‘ଏହି ଫଟୋ ମୋତେ ସ୍କୁଲ ଦିନକୁ ନେଇ ଯାଉଛି। ଗୋଟିଏ ଶ୍ରେଣୀର ଚାରି ଜଣ ପିଲା ଏବଂ ଡି’ଭିଲିୟର୍ସ ସେହି ଛୁଆ ଯିଏ ତାଙ୍କ ହୋମ ୱାର୍କ ଶେଷ କରି ଦେଇଛନ୍ତି। ଅତ୍ୟ ତିନି ଜଣ ଭଲ ଭାବରେ ଜାଣିଛନ୍ତି ଯେ ସେମାନେ ଅସୁବିଧାରେ ପଡ଼ିବା ଏକପ୍ରକାର ଥୟ’’। ଫଟୋଟିରେ ଡି’ଭିଲିୟର୍ସଙ୍କ ଛଡ଼ା ଅନ୍ୟ ତିନି ଜଣ ଅର୍ଥାତ୍ କୋହଲି, ପଡିକଲ୍ ଓ ସିରାଜ କିଛି ଜାଣି ନଥିଲା ଭଳି ଚାହିଁ ରହିଛନ୍ତି। ଫଟୋରେ ସିରାଜଙ୍କ ଭାବଭଙ୍ଗୀକୁ ବର୍ଣ୍ଣନା କରିବାକୁ ଯାଇ ରସିଦ୍ କହିଥ‌ିଲେ ‘‘ଆଉ ଶିକ୍ଷକ ହୋମୱାର୍କ ଦେଇଛନ୍ତି ବୋଲି ବି ସିରାଜ ଆଦୌ ଜାଣି ନାହାନ୍ତି’’। ଚହଲ ତୁରନ୍ତ ତାଙ୍କ ସହ ଯୋଗଦେଇ ଫଟୋରେ ଅନୁପସ୍ଥିତ ରହିବାର କାରଣ ଦର୍ଶାଇଥିଲେ। ସେ ଲେଖିଥି‌ଲେ, ‘‘ମୁଁ ଖସିକି କ୍ଲାସ୍‌କୁ ଯାଇନଥିଲି, କାରଣ ଆଜି ହୋମୱାର୍କ ଚେକ୍ ହେବାର ଥିଲା’’। ରସିଦ ଏହାର ଉତ୍ତର ଦେଇ କହିଥିଲେ ଯେ ତୁମ ଭଳିଆ ଦୁଷ୍ଟ ପିଲାଙ୍କୁ ସହଜରେ ଛଡ଼ାଯିବନି। ସ୍କୁଲ୍ ଆସି ନଥିବାରୁ ଅବିଭାବକଙ୍କୁ ଆଣି ଏହାର ଠୋସ୍ କାରଣ ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର

Comments are closed.