ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଭେଟେରାନ୍ ଲେଗ୍ ସ୍ପିନର ୟୁଜଭେନ୍ଦ୍ର ଚହଲ, ଫୁଟବଲ୍ ଏବଂ ଟେନିସ୍ ପରି 'ସର୍ଟସ୍' ପିନ୍ଧି କ୍ରିକେଟ୍ ଖେଳିବା ସପକ୍ଷରେ ନାହାଁନ୍ତି। ବାସ୍ତବରେ, ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ ପରେ ଯେତେବେଳେ ଚହଲଙ୍କୁ ପଚରାଯାଇଥିଲା ଯେ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ଟ୍ରାଉଜର ବଦଳରେ 'ହାଫ ପ୍ୟାଣ୍ଟ' ପିନ୍ଧି କ୍ରିକେଟ୍ ଖେଳିବା ଉଚିତ କି, ସେ ଏହି ପ୍ରସ୍ତାବରେ ରାଜି ହୋଇନାହାନ୍ତି | ଚହଲ କହିଛନ୍ତି, ନା, ନା, ମୁଁ ସେପରି ଭାବୁ ନାହିଁ, କାରଣ ଯେତେବେଳେ ବି ଜଣେ ପଡିଆରେ ଖସିପଡିଥାଏ, ସେତେବେଳେ ଆଣ୍ଠୁର ଯତ୍ନ ନେବାକୁ ପଡିଥାଏ |ମୋର ଉଭୟ ଆଣ୍ଠୁରେ ଆଘାତ ଲାଗିଛି, ଅନେକ କ୍ଷତ ଅଛି | ମୁଁ ଭାବୁଛି 'ଫୁଲ୍ ପ୍ୟାଣ୍ଟ' ପିନ୍ଧିବା ଆମ ପାଇଁ ଭଲ | କାରଣ ଫୁଲ ଟ୍ରାଉଜର ପିନ୍ଧିବା ଦ୍ୱାରା ପଡିଆରେ ଖେଳିବା ସମୟରେ ପଡିଗଲେ ବି ସେତେ ଆଘାତ ଲାଗିନଥାଏ |
ଏହି ମ୍ୟାଚରେ ଭାରତୀୟ ଦଳର ରୋମାଞ୍ଚକର ବିଜୟ ଏବଂ ତାଙ୍କ ବୋଲିଂ ବିଷୟରେ ପଚରାଯାଇଥିବା ପ୍ରଶ୍ନରେ ଚହଲ କହିଛନ୍ତି ଯେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ କଠିନ ପରିସ୍ଥିତିରେ ବୋଲିଂ କରିବା ଦ୍ୱାରା ତାଙ୍କୁ ଲାଭ ମିଳିଛି | ଏହା ସହିତ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ କୋଚିଂ ଦଳ ତାଙ୍କୁ ବହୁତ ଉତ୍ସାହିତ କରିଛି। ଚହଲ କହିଛନ୍ତି, କୋଚ ମୋତେ ସବୁବେଳେ ସମର୍ଥନ କରନ୍ତି। ସୂଚନା ଥାଉ କି ଗତକାଲି ୱେଷ୍ଟଇଣ୍ଡିଜ୍ ଗସ୍ତକୁ ଭାରତ ରୋମାଞ୍ଚକ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ।
ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଦିନିକିଆକୁ ଶିଖର ଧାୱନଙ୍କ ଦଳ ଉତ୍କଣ୍ଠାପୂର୍ଣ୍ଣ ଭାବେ ୩ ରନ୍ରେ ଜିତି ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଥିଲା । ଚହଲ ମ୍ୟାଚର ୪୫ ତମ ଓଭରରେ ବ୍ରେଣ୍ଡନ କିଙ୍ଗ (୫୪) ଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ | ଯାହାଦ୍ୱାରା ୱେଷ୍ଟଇଣ୍ଡିଜ୍ ୩୦୯ ରନ୍ ସ୍କୋର କରିବାକୁ ସକ୍ଷମ ହୋଇପାରିନଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Yuzvendra-Chahal.jpg)