ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସୁଥିବା ନ୍ୟୁଜିଲାଣ୍ଡ୍ କ୍ରିକେଟ୍ ଦଳ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିବା ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସୋମବାର ବୋର୍ଡ ସଭାପତି ଏକାଦଶ ଦଳ ଘୋଷଣା କରିଥିଲା। ଦିନକ ପରେ ଏଥିରେ ଗୋଟିଏ ପରିବର୍ତନ କରିଛି। ବିସିସିଆଇ ପ୍ରଥମେ ଘୋଷଣା କରିଥିବା ଦଳରେ ରାଜସ୍ଥାନ ମଧ୍ୟମଗତି ବୋଲର ଦୀପକ ଚହରଙ୍କୁ ସାମିଲ କରିଥିଲା। ଦୀପକଙ୍କ ଚୟନକୁ ନେଇ ବିଭିନ୍ନ ଆଡୁ ସମାଲୋଚନାର ସ୍ୱର ଉଠିଥିଲା। ଦଳରେ ସ୍ଥାନ ପାଇବା ନେଇ ତାଙ୍କର ପ୍ରଦର୍ଶନ ସନ୍ତୋଷଜନକ ନଥିଲା ବୋଲି ବିରୋଧାଭାସ ହେବାରୁ ବିସିସିଆଇ ବାଧ୍ୟ ହୋଇ ଦୀପକଙ୍କ ବଦଳରେ ତାଙ୍କ ସଂପର୍କୀୟ ଭାଇ ତଥା ଲେଗ୍ ସ୍ପିନର ରାହୁଲ ଚହରଙ୍କୁ ସାମିଲ କରିଛି। ରାହୁଲ ଏବେ ୧୯ ବର୍ଷରୁ କମ୍ ଦଳର ସଦସ୍ୟ ଥିଲା ବେଳେ ନିକଟରେ ଇଂଲଣ୍ଡ ଗସ୍ତରେ ଭଲ ପ୍ରଦର୍ଶନ କରିଥିଲେ। ତେବେ ଭୁଲବଶତଃ ବୋର୍ଡ ସଭାପତି ଦଳରେ ପ୍ରଥମରୁ ଦୀପକଙ୍କ ନାମ ସ୍ଥାନ ପାଇଥିଲା ବୋଲି ବିସିସିଆଇ କହିଛି।
ଅନ୍ୟ ଏକ ଘଟଣାକ୍ରମରେ ଶୁଭମ ଗିଲ୍ ନ୍ୟୁଜିଲାଣ୍ଡ୍-ଏ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ସେ ଅସୁସ୍ଥ ଥିବାରୁ ଶୃଙ୍ଖଳାରୁ ଓହରି ଯାଇଛନ୍ତି। ତାଙ୍କ ବଦଳରେ ସୋମବାର ଶେଷ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ୧୬୨ ରନ୍ କରିଥିବା ଅଙ୍କିତ ବାଉନ ପ୍ରଥମ ତିନିଟି ଦିନିକିଆ ପାଇଁ ଦଳରେ ରହିବେ ବୋଲି ବିସିସିଆଇ କହିଛି। ଅଙ୍କିତ ଦିନିକିଆ ଶୃଙ୍ଖଳାର ଶେଷ ଦୁଇଟି ମ୍ୟାଚ୍ ପାଇଁ ବଛା ଯାଇଥିଲା ବେଳେ ଏବେ ପ୍ରଥମ ତିନିଟି ମ୍ୟାଚ୍ ଖେଳିବେ ବୋଲି କୁହାଯାଇଛି। ଫଳରେ ଶେଷ ଦୁଇ ମ୍ୟାଚ୍ ପାଇଁ ଅଙ୍କିତଙ୍କ ବଦଳରେ ମନୋନୟନ ସମିତି ଦୀପକ୍ ହୁଦାଙ୍କୁ ସାମିଲ କରିଛି।
ଚହରଙ୍କ ବଦଳରେ ଚହର
ବୋର୍ଡ ସଭାପତି ଏକାଦଶ ଦଳରେ ପରିବର୍ତନ
/sambad/media/post_attachments/wp-content/uploads/2017/10/deepak-chahar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)