ଭୁବନେଶ୍ୱର: ଚକେଇସିହାଣୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକଉତ୍ସବ ଏବଂ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଦେବସ୍ମିତା ପରିଡ଼ା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହିଭଳି ସୁରଞ୍ଜନ ସେଠୀ ଶ୍ରେଷ୍ଠ ଛାତ୍ର ଏବଂ ରୋଜାଲିନ ପଣ୍ଡା ତର୍କରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ବୋଲି ପ୍ରଧାନ ଶିକ୍ଷକ ବିଜୟ କୁମାର ରାଉତରାୟ ଜଣାଇଛନ୍ତି। ଉତ୍ସବରେ ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ ସସ୍ମିତା ମାଳୀ ମୁଖ୍ୟ ଅତିଥି ଏବଂ ୫ ନମ୍ବର ଓ୍ଵାର୍ଡର କର୍ପୋରେଟର ନିର୍ମଳ କୁମାର ରାଉତ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ସୁଚିତ୍ରା ଗୁପ୍ତା, ଏସଏମସି ଅଧ୍ୟକ୍ଷ ସପନ ଟୁଡୁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲକ୍ଷ୍ମୀଧର ବେହେରା ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।
ଚକେଇସିହାଣୀ ବିଦ୍ୟାଳୟ କ୍ରୀଡ଼ାରେ ଦେବସ୍ମିତା ଶ୍ରେଷ୍ଠ
/sambad/media/post_attachments/wp-content/uploads/2018/02/sports-school.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)