ମାଦ୍ରିଦ: ବିଜେତା ରିଅଲ୍ ମାଦ୍ରିଦ୍ର ଚାମ୍ପିଅନ୍ସ ଲିଗ୍ ଅଭିଯାନ ଶେଷ ହୋଇଯାଇଛି। ମଙ୍ଗଳବାର ଦ୍ବିତୀୟ ଚରଣ ମ୍ୟାଚ୍ରେ ଆଜାକ୍ସ ୪-୧ ଗୋଲ୍ରେ ଏହି ଦଳକୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଛି। ପ୍ରଥମ ଚରଣ ମ୍ୟାଚ୍ରେ ରିଅଲ୍ ମାଦ୍ରିଦ୍ ୨-୧ ଗୋଲ୍ରେ ଆଜାକ୍ସକୁ ପରାସ୍ତ କରିଥିଲା। ଫଳରେ ଦୁଇଟିଯାକ ଚରଣର ଫଳାଫଳ ଅନୁଯାୟୀ ଆଜାକ୍ସ ୫-୩ ଗୋଲ୍ରେ ଆଗୁଆ ରହି କ୍ବାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଥିଲା ବେଳେ ରିଅଲ୍ ମାଦ୍ରିଦ୍ ବାଦ୍ ପଡ଼ିଛି। ମଙ୍ଗଳବାର ମ୍ୟାଚ୍ରେ ଆଜାକ୍ସ ପକ୍ଷରୁ ଏହି ମ୍ୟାଚ୍ରେ ହାକିମ ଜିଚ୍ (୭ ମିନିଟ୍), ଡେଭିଡ୍ ନେରେସ (୧୮ ମିନିଟ୍), ଦୁସାନ ଟେଡିକ (୬୨ ମିନିଟ୍) ଓ ଲାସି ଶ୍ଚୋନେ (୭୨ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ରିଅଲ୍ ପକ୍ଷରୁ ମାର୍କୋ ଆସେନ୍ସିଓ (୭୦ ମିନିଟ୍) ଗୋଟିଏ ଗୋଲ୍ ଶୁଝି ଦେଇଥିଲେ। ସୂଚନାଯୋଗ୍ୟ ଯେ ୧୩ ଥରର ବିଜେତା ରିଅଲ୍ ଶେଷ ୫ ବର୍ଷରେ ୪ ଥର ଟ୍ରଫି କରାୟତ କରିଥିଲା। ୨୦୧୦ ପରେ ପ୍ରଥମ ଥର ଲାଗି ଚଳିତ ସଂସ୍କରଣରେ ଶୀଘ୍ର ବିଦା ହୋଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp