ବେଦ୍ରା(ନେଦରଲ୍ୟାଣ୍ଡ): ଭାରତୀୟ ପୁରୁଷ ହକି ଟିମ୍ ରବିବାର ଚାମ୍ପିଅନ୍ସ ଟ୍ରଫିର ୨ୟ ମୁକାବିଲାରେ ଅଲମ୍ପିକ ଚାମ୍ପିଅନ ଆର୍ଜେଣ୍ଟିନାକୁ ୨-୧ରେ ପରାସ୍ତ କରିଛି। ଏଥି ସହିତ ଭାରତ ଚଳିତ ଟୁର୍ଣ୍ଣାମେଣ୍ଟରେ ୨ୟ ବିଜୟ ହାସଲ କରିଛି। ପ୍ରଥମ ମୁକାବିଲାରେ ଭାରତ ଶନିବାର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୪-୦ରେ ପରାସ୍ତ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଓ ମନଦୀପ ସିଂହ ଗୋଲ ଦେଇଥିଲେ। ଆର୍ଜେଣ୍ଟିନା ପାଇଁ ଗୋଞ୍ଜାଲେଜ ପୋଲିଏଟ ଏକମାତ୍ର ଗୋଲ ଦେଇଥିଲେ। ଭାରତୀୟ ଖେଳାଳି ସର୍ଦ୍ଦାର ସିଂହଙ୍କ ଏହା ଥିଲା ୩୦୦ତମ ମ୍ୟାଚ। ପ୍ରଥମ କ୍ୱାର୍ଟର ଆରମ୍ଭରେ ଉଭୟ ଟିମ ମନ୍ଥର ଗତିରେ ଖେଳିଥିଲେ। ଖେଳାଳିମାନେ ସେତେ ସକ୍ରିୟ ଜଣା ପଡୁ ନଥିଲେ। ଭାରତ କିନ୍ତୁ ଧିରେ ଧିରେ ଆର୍ଜେଣ୍ଟିନାକୁ କାଉଣ୍ଟର କରିବାକୁ ଲାଗି ପଡ଼ିଥିଲା। ଭାରତକୁ ୪ର୍ଥ ମିନିଟରେ ପେନାଲଟି କର୍ଣ୍ଣର ମିଳିବାର ଥିଲା, ଯାହାକୁ ଆର୍ଜେଣ୍ଟିନାର ଖେଳାଳିମାନେ କରିବାକୁ ଦେଇ ନଥିଲେ।
ଆର୍ଜେଣ୍ଟିନାକୁ ୧୧ତମ ମିନିଟରେ ୨ଥର ପେନାଲଟି କର୍ଣ୍ଣର ଖେଳିବାକୁ ସୁଯୋଗ ମିଳିଥିଲା। ପ୍ରଥମ କ୍ୱାର୍ଟର ଶେଷ ହେବା ପୂର୍ବରୁ ଗୋଟିଏ ବି ଗୋଲ ହୋଇପାରି ନଥିଲା। ୨ୟ କ୍ୱାର୍ଟରରେ ୧୭ତମ ମିନିଟରେ ଭାରତକୁ ପ୍ରଥମ ପୋନଲଟି କର୍ଣ୍ଣର ମିଳିଥିଲା, ଯାହାକୁ ଭାରତର ହରମନପ୍ରୀତ ଗୋଲ ଦେଇ ଟିମ୍କୁ ୧-୦ରେ ଅଗ୍ରଣୀ କରିଥିଲେ। ୨୦ତମ ମିନିଟରେ ଆର୍ଜେଣ୍ଟିନା ଗୋଲ କରି ଭାରତର ସମକକ୍ଷ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ଭାରତ ୨-୧ରେ ଥିଲା। ତୃତୀୟ କ୍ୱାର୍ଟରରେ ଗୋଲ ହୋଇ ନଥିଲା।
ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ
What a great win against Olympic champions #Argentina in Champions Trophy at #Breda2018. Many congratulations to #TeamIndia on back to back wins & their spectacular display. Look forward to the next match against #Australia at 6.30 pm on 27 June. May #Hockey always win. pic.twitter.com/RXd29nqVZn
— Naveen Patnaik (@Naveen_Odisha) June 24, 2018
ଅଲମ୍ପିକ ଚାମ୍ପିଅନ ଆର୍ଜେଣ୍ଟିନାକୁ ହରାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ କରି ନବୀନ ଭାରତୀୟ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭାରତୀୟ ହକି ଟିମ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିଛି। ଜୁନ ୨୭ ସନ୍ଧ୍ୟା ୬ଟା ୩୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ପାଇଁ ନବୀନ ଅଭିନନ୍ଦନ ଜଣାଇଛନ୍ତି। ସେହିଭଳି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ହକି ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି।
Congratulations to #IndianHockeyTeam for defeating the Olympic champions, #Argentina and for registering their second victory in #HCT2018 #INDvARG . One of my SandArts. pic.twitter.com/6AKs5pwSO5
— Sudarsan Pattnaik (@sudarsansand) June 24, 2018