କିଟ୍‌ ମହିଳା ଭାରୋତ୍ତୋଳନ ଦଳକୁ ଚାମ୍ପିଅନ୍‌ସ ଟ୍ରଫି

ଭୁବନେଶ୍ବର: ବେଙ୍ଗାଲୁରୁର ଜୈନ ବିଶ୍ବବିଦ୍ୟ‌ାଳୟଠାରେ ଚାଲିଥିବା ଦ୍ୱିତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିଥିବା କିଟ୍‌ ବିଶ୍ବବିଦ୍ୟାଳୟର ମହିଳା ଭାରୋତ୍ତୋଳନ ଦଳ ଦମ୍‌ଦାର ପ୍ରଦର୍ଶନ କରି ଚାମ୍ପିଅନ୍‌ସ ଟ୍ରଫି କରାୟତ କରିଛି। ଭାରୋତ୍ତୋଳନ ଇଭେଣ୍ଟର ଆଜି ଥିଲା ଅନ୍ତିମ ଦିବସ। ଏହି ଦିନ କିଟ୍‌ ମହିଳା ଦଳକୁ ପ୍ରତିଯୋଗିତାର ଶ୍ରେଷ୍ଠ ଭାରୋତ୍ତୋଳନ ଦଳ ଭାବେ ଚାମ୍ପିଅନ୍‌ସ ଟ୍ରଫି ପ୍ରଦାନ କରାଯାଇଥିଲା। କିଟ୍‌ ମହିଳା ଦଳରେ ସ୍ନେହା ସୋରେନ (୪୯ କେଜିରେ ସ୍ବର୍ଣ୍ଣ), ମୋତି ଜାନି (୫୯ କେଜଚିରେ ରୌପ୍ୟ), ରଞ୍ଜିତା ମାଝୀ (୪୯ କେଜିରେ ଚତୁର୍ଥ), ଅଭିଶିକ୍ତା କାଡୁଲୁରି (୮୧ କେଜିରେ ଚତୁର୍ଥ), ଅପରାଜିତା ଭୂୟାଁ ( ୫୯ କେଜିରେ ପଞ୍ଚମ) ଏବଂ ଏମ୍‌ କ୍ଷେତ୍ରୀ (୭୬ କେଜିରେ ପଞ୍ଚମ) ଖେଳାଳି ଭାବେ ସାମିଲ ଥିଲା ବେଳେ ଲକିରାଣୀ ପାତ୍ର ଓ ଶୁଭକାନ୍ତ ମଲିଆ ଯଥାକ୍ରମେ ପ୍ରଶିକ୍ଷକ ଓ ପ୍ରବନ୍ଧକ ରହିଥିଲେ। ଦଳର ଚାମ୍ପିଅନ୍ସ ଟ୍ରଫି ଜିତିବାର ସଫଳତା ପାଇଁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର