ରାଜନଗର: ବଡପଲ୍ଲୀ ମିନି ଷ୍ଟାଡିୟମ୍ ଠାରେ ପଲ୍ଲୀଶ୍ରୀ ଯୁବକ ସଂଘ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ୩୬ତମ ଚଞ୍ଚଳା ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ପୁରୀର ମହାବୀର ସ୍ପୋର୍ଟିଂ ୫୩ ରନ୍ରେ ଭୁବନେଶ୍ୱରର କ୍ଷେତ୍ରପାଳ ସ୍ପୋର୍ଟିଂକୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛି। ଟସ୍ ଜିତି ପୁରୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୨୧୧ ରନ୍ କରିଥିଲା। ଦିବ୍ୟଜ୍ୟୋତି ରଥ ୪୮ ବଲ୍ରୁ ୬ ଚୌକା ସହାୟତାରେ ୩୯ ରନ୍ ଓ ଅନିଲ୍ ପ୍ରଧାନ ୨୪ ବଲ୍ରୁ ୪ ଛକା ସହାୟତାରେ ୨୯ ରନ୍ କରିଥିଲେ। ଭୁବନେଶ୍ୱରର ଶେଖର ଦାସ ୩ ଓ୍ଵିକେଟ୍ ନେଇଥିଲେ। ଭୁବନେଶ୍ୱର ୨୬. ୩ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୫୮ ରନ୍ କରିଥିଲା। ଶେଖର ଦାସ ୩୫ ବଲ୍ରୁ ୨ ଚୌକା ସହାୟତାରେ ୩୫ ରନ୍ କରିଥିଲେ। ପୁରୀର ପତିତ ପାବନ ଶତପଥି ୩ଟି ଓ ଅନିଲ୍ ପ୍ରଧାନ ୨ ଓ୍ଵିକେଟ୍ ନେଇଥିଲେ। ଅନିଲ୍ ପ୍ରଧାନଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।
ଚଞ୍ଚଳା ଟ୍ରଫି: ମହାବୀର ସେମିରେ
/sambad/media/post_attachments/wp-content/uploads/2018/01/crick-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)