ଏସିଆ କପ୍‌ରୁ ଚାନ୍ଦିମାଳ ବାଦ୍‌

କଲମ୍ବୋ: ଟେଷ୍ଟ ଅଧିନାୟକ ଦୀନେଶ ଚାନ୍ଦିମାଳ ଶ୍ରୀଲଙ୍କା ଏସିଆ କପ୍‌ ଦଳରୁ ବାଦ୍‌ ପଡ଼ିଛନ୍ତି। ଏକ ଘରୋଇ ଟେ୍ଵଣ୍ଟି-୨୦ ପ୍ରତିଯୋଗିତା ବେଳେ ଆହତ ହେବାରୁ ଚାନ୍ଦିମାଳ ସୋମବାର ଏସିଆ କପ୍‌ରୁ ଓହରି ଯାଇଛନ୍ତି ବୋଲି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ପକ୍ଷରୁ କୁହାଯାଇଛି। ଫଳରେ ଷଡ଼ରାଷ୍ଟ୍ରୀୟ ଏସିଆ କପ୍‌ ପାଇଁ ଏବେ ଚାନ୍ଦିମାଳଙ୍କ ସ୍ଥାନରେ ଓ୍ଵିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ନିରୋସୋନ୍‌ ଡିକ୍‌େଓ୍ଵଲା ସିଂହଳୀ ଦଳରେ ସାମିଲ ହୋଇଛନ୍ତି। ଏସିଆ କପ୍‌ରେ ଶ୍ରୀଲଙ୍କା ୧୫ ତାରିଖ ଦିନ ବାଂଲାଦେଶ ସହ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବାକୁ ଥିଲା ବେଳେ ୧୭ ତାରିଖରେ ଆଫ୍‌ଗାନିସ୍ତାନକୁ ଭେଟିବାର ସୂଚୀ ରହିଛି।

ସମ୍ବନ୍ଧିତ ଖବର