ଶ୍ରୀଲଙ୍କା ଏସିଆ କପ୍‌ ଦଳକୁ ଫେରିଲେ ଚାନ୍ଦିମାଳ

କଲମ୍ବୋ : ଦେଶରେ ସାଂପ୍ରତିକ ସଂକଟଜନକ ସ୍ଥିତି ‌ଯୋଗୁଁ ଧାର୍ଯ୍ୟ ସମୟଠାରୁ ପ୍ରାୟ ଗୋଟିଏ ଦିନ ବିଳମ୍ବରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଆଗାମୀ ଏସିଆ କପ୍‌ ପାଇଁ ଦଳ ଘୋଷଣା କରିଛି। ଶନିବାର ଘୋଷିତ ୨୦ ଜଣିଆ ଦଳକୁ ବରିଷ୍ଠ ୱିକେଟ୍‌ରକ୍ଷକ/ବ୍ୟାଟର ଦୀନେଶ ଚାନ୍ଦିମାଳଙ୍କ ପ୍ରତ୍ୟାବର୍ତନ ଘଟିଥିଲା ବେଳେ ୧୯ ବର୍ଷ ବୟସ୍କ ଦ୍ରୁତ ବୋଲର ମାଥିସା ପଥିରାଣାଙ୍କୁ ସାମିଲ କରାଯାଇଛି। ଚଳିତ ବର୍ଷ ଫେବ୍ରୁଆରିରେ ଭାରତରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବା ପରଠୁ ଚାନ୍ଦିମାଳ ଜାତୀୟ ଦଳ ବାହାରେ ରହିଆସିଥିଲେ। ସେହିପରି ୯ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଥିବା ଏବଂ ଆଇପିଏଲ୍‌ରେ କିଛିଟା ପ୍ରଭାବ ଛାଡ଼ିଥିବା ପଥିରାଣାଙ୍କୁ ସୁଯୋଗ ମିଳିଛି।

ଶ୍ରୀଲଙ୍କା ଦଳ: ଦାସୁନ ସନକା (ଅଧିନାୟକ), ଧନୁଷ୍କା ଗୁଣତିଳକା, ପଥୁମ ନିଶାଙ୍କ, କୁସାଲ ମେଣ୍ଡିସ, ଚରିଥ ଆଶାଲଙ୍କା, ଭାନୁକା ରାଜପକ୍ସ, ଅସିନ ବନ୍ଦାରା, ଧନଞ୍ଜୟ ଡି’ସିଲ୍‌ଭା, ୱାନିନ୍ଦୁ ହସରଙ୍ଗା‌, ମହେଶ ଥିକ୍‌ସାନା, ଜେଫରି ବନ୍ଦର୍ସେ, ପ୍ରବୀଣ ଜୟବିକ୍ରମା, ଦୁଷ୍ମନ୍ତ ଚାମିରା, ବିନୁରା ଫର୍ଣ୍ଣାଣ୍ଡୋ, ଚାମିକା କରୁଣାରତ୍ନେ, ଦିଲ୍‌ସାନ ମଦୁଶଙ୍କା, ମାଥିସା ପଥିରାଣା, ଦୀନେଶ ଚାନ୍ଦିମାଳ, ନୁୱାନିନ୍ଦୁ ଫର୍ଣ୍ଣାଣ୍ଡୋ ଓ କାସୁନ ରଜିଥା।

ସମ୍ବନ୍ଧିତ ଖବର