ଚର୍ଚାରେ ଭଜିଙ୍କ ଚନ୍ଦ୍ରଯାନ ଟ୍ବିଟ୍

ନୂଆଦିଲ୍ଲୀ: ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୨ର ସଫଳ ଉତ୍‌କ୍ଷେପଣ ପରେ ଭାରତୀୟ ସ୍ପିନର ହରଭଜନ ସିଂହ ଭାରତୀୟ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଥିଲେ। ହେଲେ ଜାତୀୟ ପତାକାରେ ଚନ୍ଦ୍ର ଚିହ୍ନ ରଖିଥିବା ପାକିସ୍ତାନ ଭଳି ଦେଶଗୁଡ଼ିକୁ କଟାକ୍ଷ କରିଥିଲେ। କିଛି ଦେଶର ଜାତୀୟ ପତାକାରେ ଚନ୍ଦ୍ର ଅଛନ୍ତି, କିଛି ଦେଶ କିନ୍ତୁ ଚନ୍ଦ୍ରରେ ନିଜ ପତାକା ସ୍ଥାପନ କରୁଛନ୍ତି ବୋଲି ଭଜି ଟ୍ବିଟ୍ କରିଥିଲେ। ଦ୍ବିତୀୟ ଧାଡ଼ିରେ ସେ ଚନ୍ଦ୍ର ଅଭିଯାନରେ ସଫଳ ହୋଇଥିବା ଚାରିଟିଯାକ ଦେଶ ଆମେରିକା, ଭାରତ, ଚୀନ ଓ ରୁଷିଆର ଜାତୀୟ ପତାକାର ଚିତ୍ର ଯୋଡ଼ିଥିଲେ। ପ୍ରଥମ ଧାଡ଼ି ତଳେ କିନ୍ତୁ ଚନ୍ଦ୍ର ଚିହ୍ନ ଥିବା ପାକିସ୍ତାନ, ଆଲଜେରିଆ, ତୁର୍କୀ, ମାଳଦ୍ବୀପ, ମରିସସ୍, ଟ୍ୟୁନିସିଆ, ଲିବିୟା, ମାଲେସିଆ ଓ ଆଜରବାଇଜନର ଜାତୀୟ ପତାକା ଚିତ୍ର ପ୍ରକାଶ କରିଥିଲେ। ଯାହା ଏବେ ବେଶ୍‌ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧିତ ଖବର