କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱାଦଶ ବାର୍ଷିକ ଦୌଡ଼କୁଦ ପ୍ରତିଯୋଗିତା ଗୁରୁବାରଠୁ ଆରମ୍ଭ ହୋଇଛି। ଅଲମ୍ପିଆନ୍ ତଥା ସାଂସଦ ଦିଲ୍ଲୀପ ତିର୍କି ଏହାକୁ ଉଦ୍ଘାଟନ କରିଥିଲେ। ପ୍ରଥମ ଦିନ ଚନ୍ଦ୍ରଶେଖର ମୁର୍ମୁ, ସ୍ୱସ୍ତିକ ଭାନୁପ୍ରତାପ ଏବଂ ଦୁଲାରୀ ମାଝୀଙ୍କୁ ଦୁଇଟି ଲେଖାଏଁ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ୧୫୦୦ ଓ ୮୦୦ ମିଟର ଦୌଡ଼ରେ ଚନ୍ଦ୍ରଶେଖର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ପୁରୁଷ ଟ୍ରିପଲ ଜମ୍ପ୍ ଓ ଲଙ୍ଗ ଜମ୍ପ୍ରେ ସ୍ୱସ୍ତିକ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ଉପରେ କବ୍ଜା କରିଥିଲେ। ଏମାନଙ୍କ ବ୍ୟତୀତ ପୁରୁଷ ୧୧୦ ମିଟର ବାଧାଦୌଡ଼ରେ ରିତ୍ୱିକ ମହାନ୍ତି, ଜାଭେଲିନ୍ ଥ୍ରୋରେ ଉମାକାନ୍ତ ଚକ୍ର ପ୍ରଥମ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ମହିଳା ବର୍ଗର ୨୦୦ ଓ ୧୦୦ ମିଟର ଦୌଡ଼ରେ ଦୁଲାରୀ ମାଝୀ ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଅନ୍ୟ ଇଭେଣ୍ଟ ଗୁଡ଼ିକ ମଧ୍ୟରେ ଲଙ୍ଗ ଜମ୍ପ୍ରେ ଦୀପ୍ତିମୟୀ ନାୟକ, ଜାଭେଲିନ୍ ଥ୍ରୋରେ ବିଶ୍ୱବିଜୟିନୀ ଜେନା, ୮୦୦ ମିଟର ଦୌଡ଼ରେ କିରଣ କୁମାରୀ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଶୁକ୍ରବାର ପ୍ରତିଯୋଗିତା ଉଦ୍ଯାପିତ ହେବ। ଉଦ୍ଘାଟନୀ ସମାରୋହରେ କୁଳପତି ପ୍ରଫେସର ଇଶାନ କୁମାର ପାତ୍ର, ସିସିଡି ପ୍ରଫେସର ଗୌରାଙ୍ଗ ଚରଣ ନନ୍ଦ, ଦୌଡ଼କୁଦ କ୍ଲବ୍ ଉପ ସଭାପତି କେଏସ୍କେ ଭରଦ୍ୱାଜ, କ୍ରୀଡ଼ା ଅଧିକାରୀ ଅଂଜନ କୁମାର ଖୁଣ୍ଟିଆ ପ୍ରମୁଖ ଯୋଗଦେଇଥିଲେ। ପ୍ରତିଯୋଗିତାରେ ୪୦୦ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଛନ୍ତି। ଗତବର୍ଷର ବ୍ୟକ୍ତିଗତ ବିଜେତା ଚନ୍ଦ୍ରଶେଖର ମୁର୍ମୁ କ୍ରୀଡ଼ାବିତ୍ଙ୍କୁ ଶପଥପାଠ କରାଇଥିଲେ।
ଚନ୍ଦ୍ରଶେଖର, ସ୍ୱସ୍ତିକ ଓ ଦୁଲାରୀଙ୍କୁ ଯୁଗଳ ସ୍ୱର୍ଣ୍ଣ
ରେଭେନ୍ସା ବିଶ୍ୱବିଦ୍ୟାଳୟ ବାର୍ଷିକ ଦୌଡ଼କୁଦ
/sambad/media/post_attachments/wp-content/uploads/2018/01/19-Ravenshaw-University-athletic-meet-re-bhaga-neithiba-pratyogi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)