ମୁମ୍ବାଇ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ ବୁଧବାର  ରାଜକୋଟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୧ଟା ୩୦ରେ ଆରମ୍ଭ ହେବ। ଏହି ମ୍ୟାଚ ପାଇଁ ଭାରତୀୟ ଦଳରେ ବ୍ୟାପକ ପରିବର୍ତ୍ତନ ହେବାର ସୂଚନା ମିଳିଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଓପନର ଶୁଭମନ ଗିଲ, ଦ୍ରୁତ ବୋଲର ମହମ୍ମଦ ସାମି, ଶାର୍ଦ୍ଦୁଲ ଠାକୁର ଏବଂ ଅକ୍ଷର ପଟେଲ ଚୂଡ଼ାନ୍ତ  ଏକାଦଶରେ ସ୍ଥାନ ପାଇବେ ନାହିଁ। ଆଗକୁ ବିଶ୍ବକପ ଥିବାରୁ ଏସବୁ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଛି । ଅନ୍ୟପକ୍ଷରେ ପ୍ରଥମ ଦୁଇଟି ମ୍ୟାଚରେ ବିଶ୍ରାମ ନେଇଥିବା  ଅଧିନାୟକ ରୋହିତ ଶର୍ମା ଓ ତାରକା ଖେଳାଳି ବିରାଟ କୋହଲି ଟିମକୁ ଫେରିବେ ।

Advertisment

ଏହି ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି । ଏଣୁ ୩ୟ ମ୍ୟାଚର ଫଳାଫଳ ସିରଜର ଫଳାଫଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।  ମୋହାଲି ଦିନିକିଆରେ ଭାରତ ୫ ଓ୍ବିକେଟରେ ବିଜୟୀ ହୋଇଥିଲା । ସେହିପରି ଇନ୍ଦୋର ଦିନିକିଆରେ ଭାରତ ୯୯ ରନରେ ବିଜୟ ହାସଲ କରିଥିଲା । ଇନ୍ଦୋର ଦିନିକିଆରେ ଶୁଭମନ ଗିଲ୍ ଚମତ୍କାର ଶତକ ହାସଲ କରିଥିଲେ। ଏହି ମ୍ୟାଚ୍ ରେ ଶୁଭମନ ଗିଲ୍ ୯୭ ବଲ୍ ରୁ ୧୦୪ ରନ୍ କରିଥିଲେ। ଶ୍ରେୟସ ଆୟର ମଧ୍ୟ ଶତକ ହାସଲ କରିଥିଲେ ।