ଚାରିଟେବୁଲ୍‌ କର୍ପୋରେଟ୍‌ କ୍ରିକେଟ୍‌ ଲିଗ୍‌ ଆରମ୍ଭ

ଭୁବନେଶ୍ୱର: ଓ୍ଵି ଫର୍‌ ୟୁ ଆନୁକୂଲ୍ୟରେ ଚାରିଟେବୁଲ କର୍ପୋରେଟ୍‌ କ୍ରିକେଟ୍‌ ଲିଗ୍‌ର ଅଷ୍ଟମ ସଂସ୍କରଣ ଆଜିଠାରୁ ୟୁନିଟ୍‌-୧ କିଶୋର କ୍ଲବ୍‌ ପଡ଼ିଆରେ ଆରମ୍ଭ ହୋଇଛି। ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ପ୍ରଧାନ ସଚିବ ନିତିନ ଚନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲା ବେଳେ ଅନ୍ୟତମ ଅତିଥି ଭାବେ ସଂପୃକ୍ତ ବିଭାଗୀୟ ନିର୍ଦେଶକ ମାନସୀ ନିମ୍ଭଲ ଯୋଗ ଦେଇ ଖେଳାଳିମାନଙ୍କ ସହ ପରିଚିତ ହୋଇଥିଲେ।

ପ୍ରଥମ ଦିନ ଏସାର୍‌, ମୁଭି ଡଟ୍‌ କମ୍‌, ମିଡିଆ ଏକାଦଶ, ଜେଏସ୍‌ଏଲ୍‌, କ୍ରାଉନ୍‌ ଏବଂ ଉତ୍କଳ ଆଲୁମିନା, ଫାଲ୍‌କନ୍‌ ଓ ଜ୍ୟୋତି ମୋଟର୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଏସାର୍‌ (୧୨୪/୫) ୪ ରନ୍‌ରେ ଏକ୍ସିଲେଣ୍ଟ୍‌ (୧୨୦/୬)କୁ ପରାସ୍ତ କରିଥିଲା ବେଳେ ଆୟୋଜକ ଓ୍ଵି ଫର୍‌ ୟୁ (୧୦୧/୪)କୁ ମୁଭି ଡଟ୍‌ କମ୍‌ (୧୦୨/୨) ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଅନ୍ୟ ମ୍ୟାଚ୍‌ରେ ଜେମିନି (୭୧/୯)କୁ ୮ ଓ୍ଵିକେଟ୍‌ରେ ମିଡିଆ ଏକାଦଶ ହରାଇଥିଲା ବେଳେ ଜେଏସ୍‌ଏଲ୍‌ (୭୨/୨) ୭ ଓ୍ଵିକେଟ୍‌ରେ ଖିମ୍‌ଜୀ ସ୍ମାସର୍ସ (୭୦/୧୦)କୁ ପରାସ୍ତ କରିଛି। ଅନ୍ୟପକ୍ଷରେ କ୍ରାଉନ୍‌ ପ୍ଲସ୍‌ ଆଡା ପ୍ରଥମ ଦିନ ଯୁଗଳ ବିଜୟ ହାସଲ କରିଛି। ପ୍ରଥମେ ଏହି ଦଳ (୧୨୮/୬) ନିଡ୍‌ସ ଅନ୍‌ ହୁଇଲ୍‌ (୧୧୩/୮)କୁ ୧୫ ରନ୍‌ରେ ଏବଂ ପରେ ବୈଭବ ଫାଇନାନ୍‌ସ (୧୪୭/୪)କୁ ୪ ଓ୍ଵିକେଟ୍‌ରେ (୧୪୮/୬) ପରାସ୍ତ କରିଥିଲା। ସେହିପରି ଉତ୍କଳ ଆଲୁମିନା (୨୧୨/୩) ଡିଗିଚାମ୍ପ୍‌ସ (୧୧୪/୬)କୁ ୯୮ ରନ୍‌ରେ ପରାସ୍ତ କରିଥିଲା ବେଳେ ଫାଲ୍‌କନ୍‌ (୬୫/୪) ୬ ଓ୍ଵିକେଟ୍‌ରେ ଏକ୍ସିଲେଣ୍ଟ୍‌ (୬୧/୮)କୁ ଏବଂ ଜ୍ୟୋତି ମୋଟର୍ସ (୮୮/୮) ୨ ଓ୍ଵିକେଟ୍‌ରେ ଏଚ୍‌ଡିଏଫ୍‌ସି (୮୭/୬)କୁ ପରାସ୍ତ କରିଦେଇଛି।

ସମ୍ବନ୍ଧିତ ଖବର