ବର୍ମି˚ହାମ: ଏଜବାଷ୍ଟନରେ ବା˚ଲାଦେଶକୁ ହରାଇବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମା ଗ୍ୟାଲେରିରେ ୮୭ ବ‌ର୍ଷେଈ ମହିଳା ପ୍ରଶ˚ସକ ଚାରୁଲତା ପଟେଲଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। କୋହଲି ମଧ୍ୟ ତାଙ୍କ ଟ୍ବିଟର ପୃଷ୍ଠାରେ ଭାରତୀୟ ପ୍ରଶଂସକଙ୍କ ଭଲପାଇବା, ସମର୍ଥନ ଓ ବିଶେଷକରି ଚାରୁଲତା ପଟେଲଙ୍କୁ ଧନ୍ୟବାଦ ଜଣାଇଥିଲେ। କ୍ରିକେଟ୍‌ ପାଇଁ ଭଲ ପାଇବା ଓ ତାଙ୍କ ଭଳି ସମର୍ପିତ ପ୍ରଶ˚ସକ ଆଗରୁ କେବେ ଦେଖିନଥିଲି। ବୟସ କେବଳ ଏକ ସ˚ଖ୍ୟା ବୋଲି କୋହଲି କହିଥିଲା ବେଳେ ପରବର୍ତ୍ତୀ ମ୍ୟାଚ୍‌ ପାଇଁ ଚାରୁଲତାଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି।
ଗ୍ୟାଲେରିରେ ଚାରୁଲତା ଏକ ପାରମ୍ପରିକ ଶାଢ଼ୀ ପିନ୍ଧିଥିବା ବେଳେ ଉଲ୍‌ର ସ୍ବେଟର ଓ ସାଲ୍‌ ପକାଇଥିବା ଦେଖିବାକୁ ମିଳିଥିଲା। ଏଥିସହିତ ମୁହଁରେ ତ୍ରିରଙ୍ଗା ଆଙ୍କିବା ସହ ପ୍ଲାଷ୍ଟିକ୍‌ ପେଁକାଳୀ ବଜାଇ ଉତ୍ସାହିତ ହେଉଥିବା କ୍ୟାମେରାରେ କଏଦ ହୋଇଥିଲା। ଯେଉଁଥିପାଇଁ ସେ ଏବେ ସାମାଜିକ ଗଣମାଧ୍ୟମରେ ତାରକା ପାଲଟିଯାଇଛନ୍ତି। ମ୍ୟାଚ୍‌ ବେଳେ ତାଙ୍କର ବିପୁଳ ଉତ୍ସାହ ଓ ଭାରତ ପ୍ରତି ତାଙ୍କର ସମର୍ଥନ ପ୍ରତ୍ୟେକ ଭାରତୀୟଙ୍କୁ ଛୁଇଁ ପାରିଛି। ରୋହିତ ଶର୍ମା ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହେବା ପରେ ଗ୍ୟାଲେରିକୁ ଯାଇ ଚାରୁଲତାଙ୍କୁ ସାକ୍ଷାତ କରିଥିଲେ। ସେ ଉଭୟ କୋହଲି ଓ ରୋହିତଙ୍କୁ ଆଶୀର୍ବାଦ ପ୍ରଦାନ କରୁଥିବା ଦେଖାଯାଇଥିଲା। ମ୍ୟାଚ୍‌ ପରେ ସେ ମଧ୍ୟ କହିଥିଲେ ଯେ ଏହା ହେଉଛି ‘ମୋ ଦଳ ଏବ˚ ସେମାନେ ମୋ ପିଲା ଭଳି’।