ସୁପର କପ୍ ଜିତିଲା ଚେଲ୍‌ସି

ବେଲ୍‌ଫାଷ୍ଟ: ଚାମ୍ପିଅନ୍‌ସ ଲିଗ୍‌ ବିଜେତା ଚେଲ୍‌ସି ବୁଧବାର ସ୍ପେନ୍‌ର ଭିଲାରିଅଲ୍‌କୁ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ହରାଇ ୟୁଫା ସୁପର କପ୍‌ କରାୟତ୍ତ କରିନେଇଛି। ସ୍ଥାନୀୟ ୱିଣ୍ଡୋସୋର ପାର୍କରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ର ନିର୍ଦ୍ଧାରିତ ସମୟ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ୨୭ତମ ମିନିଟ୍‌ରେ ହାକିମ ଜିଏକ୍‌ଙ୍କ ଗୋଲ୍‌ରେ ଚେଲ୍‌ସି ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ହେଲେ ଦ୍ବିତୀୟାର୍ଧରେ ଭିଲାରିଅଲ୍‌ର ଗେ‌ରାର୍ଡ ମୋରେନୋ (୭୩ ମିନିଟ୍‌) ଏହି ଗୋଲ୍‌ଟି ଶୁଝି ସ୍ଥିତି ବରାବର କରିଥିଲେ। ଫଳରେ ମ୍ୟାଚ୍‌ ଅତିରିକ୍ତ ସମୟକୁ ଯାଇଥିଲା। ଏଥିରେ ମଧ୍ୟ ସେହି ୧-୧ ଗୋଲ୍‌ରେ ମ୍ୟାଚ୍‌ ରହିବାରୁ ଫଳାଫଳ ଲାଗି ପେନାଲ୍‌ଟି ସୁଟ୍‌ଆଉଟ୍‌ର ସହଯୋଗ ‌ନିଆଯାଇଥିଲା। ଏଥିରେ ଚେଲ୍‌ସିର ଗୋଲ୍‌ରକ୍ଷକ କେପା ଆରିଜାବାଲାଗା ଦୁଇଟି ସୁଟ୍‌ଆଉଟ୍‌ ବଞ୍ଚାଇ ଦଳକୁ ୬-୫ (୧-୧) ବ୍ୟବଧାନରେ ବିଜୟ ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର