ଆଇପିଏଲ : ରାଜସ୍ଥାନ ଆଗରେ ୧୨୬ ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ

ଆବୁ ଧାବି : ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୭ତମ ମ୍ୟାଚରେ ଚେନ୍ନାଇ ରାଜସ୍ଥାନ ଆଗରେ ୧୨୬  ରନର ବିଜୟ ଲକ୍ଷ୍ୟ ରଖିଛି ।

ଆଜି ଚେନ୍ନାଇ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ଇନିଂସ ଆରମ୍ଭରୁ ଫାଫ ଡୁ ପ୍ଲେସିସଙ୍କ ଓ୍ବିକେଟ ହରାଇଥିଲା । ସେ ମାତ୍ର ୧୦ ରନ କରି ଜୋଫ୍ରା ଆର୍ଚରଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ସେନ ଓ୍ବାଟସନ ମଧ୍ୟ ୮ ରନ କରି ଆଉଟ ହୋଇଥିଲେ । ଅନ୍ୟତମ ଓପନର ସାମ କୁରାନ ୨୨ ରନ କରି ଶ୍ରେୟସ ଗୋପାଲଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି ମଧ୍ୟଭାଗ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟଡୁ ମଧ୍ୟ ମାତ୍ର ୧୩ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓ ରବିନ୍ଦ୍ର ଜାଦେଜା କିଛି ସମୟ କ୍ରିଜରେ ତିଷ୍ଠି ରହିଥିଲେ । ଧୋନି ୨୮ ରନ ଓ ଜାଦେଜା ୩୫ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୨୫ ରନ କରିଥିଲା ।

ସମ୍ବନ୍ଧିତ ଖବର