ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଆଇପିଏଲ-୨୦୨୨ର ୫୯ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଶୋଚନୀୟ ବ୍ୟାଟିଂର ପ୍ରଦର୍ଶନ କରି ମାତ୍ର ୯୭ ରନରେ ଅଲଆଉଟ ହୋଇଯାଇଛି । ଏହା ଫଳରେ ମୁମ୍ବାଇ ଆଗରେ ୯୮ ରନର ବିଜୟ ଲକ୍ଷ୍ୟ ରହିଛି ।
ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଆରମ୍ଭରୁ ଓ୍ବିକେଟ ହରାଇ ଯେଉଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଶେଷ ପର୍ଯ୍ୟନ୍ତ ସେଥିରୁ ଉଦ୍ଧାର ପାଇପାରିନଥିଲା । ତେବେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗୋଟିଏ ପଟେ ଛିଡ଼ା ହୋଇ ମୁମ୍ବାଇ ବୋଲିଂ ଆକ୍ରମଣର ସଫଳ ମୁକାବିଲା କରିଚାଲିଥିଲେ । ସେ ୩୨ଟି ବଲରୁ ୨ଟି ଛକା ଓ ୪ଟି ଚୌକା ସହ ୩୬ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ । ମାତ୍ର ଅନ୍ୟ ବ୍ୟାଟ୍ସମ୍ୟାନମାନେ ନିରାଶ କରିଥିଲେ । ଫଳରେ ଦଳ ୧୬ ଓଭର ଖେଳି ଅଲଆଉଟ ହୋଇଯାଇଥିଲା ।
ମୁମ୍ବାଇ ପକ୍ଷରୁ ଡାନିଏଲ ସାମ୍ସ ୩ଟି, ରିଲେ ମେରେଡିଥ ଓ କୁମାର କାର୍ତ୍ତିକେୟ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।