ଆଇପିଏଲ : ହାଇଦ୍ରାବାଦକୁ ୧୩ ରନରେ ହରାଇଲା ଚେନ୍ନାଇ

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ୍ ୨୦୨୨ର ୪୬ତମ ମ୍ୟାଚରେ ଚେନ୍ନାଇ ନିଜର ଦମ ଦେଖାଇଛି । ଏହି ଦଳ ହାଇଦ୍ରାବାଦକୁ ୧୩ ରନରେ ପରାସ୍ତ କରିଛି ।
ହାଇଦ୍ରାବାଦ ଆଗରେ ୨୦୩ରନର ବିଜୟ ଲକ୍ଷ୍ୟ ଥିବାବେଳେ ଏହି ଦଳ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୯ ରନ କରିପାରିଥିଲା । ଦଳ ପକ୍ଷରୁ ନିକୋଲାସ ପୁରନ ୬୪, କେନ ଓ୍ବିଲିୟମସନ ୪୭ ଓ ଅଭିଷେକ ଶର୍ମା ୩୯ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ମୁକେଶ ଚୌଧୁରୀ ୪ଟି ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ମହେନ୍ଦ୍ର ସିଂ ଧୋନି ପୁଣି ଅଧିନାୟକ ହେବା ପରେ ଚେନ୍ନାଇ ନିଜର ପୁରୁଣା ଫର୍ମ ପୁଣି ଫେରିପାଇବା ଭଳି ଲାଗୁଛି । ଦଳର ଦୁଇ ଓପନର ଋତୁରାଜ ଗାଇକ୍ବାଡ୍ ଓ ଡେଭନ କନଓ୍ବେ ହାଇଦ୍ରାବାଦ ବୋଲରଙ୍କୁ ନିର୍ମମ ପ୍ରହାର କରିବା ସହ ପ୍ରଥମ ଓ୍ବିକେଟ୍ ଯୋଡିରେ ରେକର୍ଡ ୧୮୨ ରନ ଯୋଗ କରିଥିଲେ । ଗାଇକ୍ବାଡ୍ ୯୯ରନ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିବାବେଳେ ଓ କନଓ୍ବେ ୮୫ ରନ କରିଥିଲେ । ତେବେ ମହେନ୍ଦ୍ର ସିଂ ମାତ୍ର ୮ ରନ କରି ଆଉଟ ହୋଇଥିଲେ ।

ସମ୍ବନ୍ଧିତ ଖବର