ଆଇଏସ୍‌ଏଲ୍, ଜାମସେଦପୁରକୁ ହରାଇଲା ଚେନ୍ନାୟିନ୍‌

‌ଗୋଆ: ମଙ୍ଗଳବାର ଖେଳାଯାଇଥିବା ଚଳିତ ଆଇଏସ୍‌ଏଲ୍‌ର ପଞ୍ଚମ ମ୍ୟାଚ୍‌ରେ ଚେନ୍ନାୟିନ୍‌ ଏଫ୍‌ସି ବିଜୟୀ ହୋଇଛି। ଦୁଇ ଥର (୨୦୧୫, ୨୦୧୮) ବିଜେତା ଚେନ୍ନାୟିନ୍‌ ତିଲକ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୨-୧ ଗୋଲ୍‌ରେ ଜାମସେଦପୁର ଏଫ୍‌ସିକୁ ହରାଇ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମିନିଟ୍‌ରେ ଅନିରୁଦ୍ଧ ଥାପ୍ପାଙ୍କ ଗୋଲ୍‌ରେ ଗତଥରର ଉପବିଜେତା ଚେନ୍ନାୟିନ୍‌ ପ୍ରାରମ୍ଭିକ ଅଗ୍ରଣୀ ପାଇଥିଲା‌। ୨୬ତମ ମିନିଟ୍‌ରେ ପେନାଲ୍‌ଟି ଜରିଆରେ ‌ଏସ୍‌ମାଇଲ୍‌ ଗୋନ୍‌କ୍ଲେଭସ ଦଳ ପାଇଁ ଦ୍ବିତୀୟ ଗୋଲ୍‌ ସ୍କୋର୍‌ କରିଥି‌ଲେ। ୩୭ତମ ମିନିଟ୍‌ରେ ଜାମସେଦପୁରର ନେରିଜୁସ ଭାଲ‌ସ୍କିସ୍‌ ଗୋଟିଏ ଗୋଲ୍‌ ଶୁଝି ପ୍ରଥମାର୍ଧ ସ୍ଥିତିକୁ ୧-୨ କରିଥିଲେ। ଦ୍ବିତୀୟାର୍ଧ ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଥିଲା। ମ୍ୟାଚ୍‌ ଜିତି ଚେନ୍ନାୟିନ୍‌ ୩ ପଏଣ୍ଟ୍‌ କରାୟତ୍ତ କରିବା ସହ ଟେବୁଲର ଶୀର୍ଷରେ ପହଞ୍ଚିଛି।

ସମ୍ବନ୍ଧିତ ଖବର